- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଚୀନରେ ଭୟଙ୍କର ବିଦ୍ୟୁତ ସଂକଟ
ଚୀନରେ ଭୟଙ୍କର ବିଦ୍ୟୁତ ସଂକଟ

SHARE NOW :
ଲାଇଭ୍ ଓଡିଶା ବ୍ୟୁରୋ: ଚୀନରେ ଉତ୍ତର-ପୂର୍ବ ଅଞ୍ଚଳରେ ଆରମ୍ଭ ହୋଇଥିବା ବିଜୁଳି ସଙ୍କଟ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି।ସ୍ଥିତି ଏମିତି ହୋଇଛି ଯେ, ଏହି ଅଞ୍ଚଳରେ ଥିବା ଅନେକ ଫ୍ୟାକ୍ଟ୍ରି, ମଲ୍, ଦୋକାନ ବନ୍ଦ ପଡିଛି ।ଏପରିକି ପାଣି ଗରମ କରିବାକୁ ବି ସେଠି ବାରଣ କରାଯାଇଛି। ଏନେଇ ଚୀନ ବାସିନ୍ଧାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୋଇଲା ଯୋଗାଣରେ ସମସ୍ୟା ହେତୁ ଏହି ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଚୀନରେ କୋଇଲା ଉତ୍ପାଦନ ଡିମାଣ୍ଡ ବଢୁଥିବା ବେଳେ ଏହାର ପ୍ରଭାବ କୋଇଲା ସପ୍ଲାଇ ଉପରେ ପଡିଛି । ଏପରିକି କୋଇଲା ଦାମ ମଧ୍ୟ ଯଥେଷ୍ଟ ଅଧିକ ବଢିଯାଇଛି ।ଯାହାଦ୍ୱାରା ଚୀନରେ କୋଇଲା ସଙ୍କଟ ଭୟଙ୍କର ସ୍ଥିତିରେ ପହଞ୍ଚିଛି ।
ବିଜୁଳି ସଙ୍କଟ ପାଇଁ ଚୀନର ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି। କାରଖାନାଗୁଡ଼ିକ ଆବଶ୍ୟକ ବିଦ୍ୟୁତ୍ ପାଇପାରୁ ନାହାଁନ୍ତି। ସେପଟେ ଶୀତଦିନେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ବିଜୁଳି ସଙ୍କଟ କାରଣରୁ କିଛି କମ୍ପାନି ନିଜ ଉତ୍ପାଦନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅନ୍ୟ କିଛି କମ୍ପାନି ମିଳୁଥିବା ବିଜୁଳିରେ ଆବଶ୍ୟକତା ଠାରୁ ଯଥେଷ୍ଟ କମ ଉତ୍ପାଦନ କରୁଛନ୍ତି । ତେବେ ବିଜୁଳି ବଞ୍ଚାଇବା ପାଇଁ ଲୋକଙ୍କ ସହଯୋଗ ନିବେଦନ କରିଛନ୍ତି ଚୀନ୍ ସରକାର। ଅଯଥା ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି।