FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଜାମ୍ମୁ ଓ କାଶ୍ମୀରରେ ଭୂକମ୍ପ ଅନୁଭୂତ

ଜାମ୍ମୁ ଓ କାଶ୍ମୀରରେ ଭୂକମ୍ପ ଅନୁଭୂତ

ଜାମ୍ମୁ ଓ କାଶ୍ମୀରରେ ଭୂକମ୍ପ ଅନୁଭୂତ
SHARE NOW :

ଶ୍ରୀନଗର(ଲାଇଭ୍ ଓଡିଶା ନ୍ୟୁଜ୍‌): ଭୂକମ୍ପ ଝଟକାରେ ଥରିଲା ଜାମ୍ମୁ ଏବଂ କାଶ୍ମୀର । ଶନିବାର ସକାଳ ୧୦ଟା ୧୪ ମିନିଟ୍ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିବା ସୂଚନା ମିଳିଛି।


ଏହାପୂର୍ବରୁ ଗତ ସୋମବାର ଜାମ୍ମ ଓ କାଶ୍ମୀରର ଲେହ ନିକଟରେ ଭୂକମ୍ପ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ମାସ ଶେଷ ସପ୍ତାହରେ ଉଧମପୁର-କଟଡା ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ୩.୬ ଥିଲା। ତେବେ ଆଜି ଘଟିଥିବା ଭୂକମ୍ପ ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts