FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଜି-୨୦ ସମ୍ମିଳନୀରେ ମୋଦିଙ୍କ ଆହ୍ୱାନ: କରୋନା ମହାମାରୀ ପାଇଁ ଏକାଠି ଲଢିବା

ଜି-୨୦ ସମ୍ମିଳନୀରେ ମୋଦିଙ୍କ ଆହ୍ୱାନ: କରୋନା ମହାମାରୀ ପାଇଁ ଏକାଠି ଲଢିବା

ଜି-୨୦ ସମ୍ମିଳନୀରେ ମୋଦିଙ୍କ ଆହ୍ୱାନ: କରୋନା ମହାମାରୀ ପାଇଁ ଏକାଠି ଲଢିବା
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ସମ୍ମିଳନୀ । ସମ୍ମିଳନୀରେ କରୋନା ମହାମାରୀ ପାଇଁ ଏକାଠି ଲଢିବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ନାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ସବୁବେଳେ ସାରା ବିଶ୍ୱର ଲୋକମାନଙ୍କୁ କିପରି ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ ସେନେଇ ଚେଷ୍ଟା କରୁଛି। ଭାରତ ସର୍ବଦା ଏକ ବିଶ୍ୱ, ଏକକ ସ୍ୱାସ୍ଥ୍ୟ ନୀତିରେ ବିଶ୍ୱାସ କରି ଆସିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କରୋନା ସଂକ୍ରମଣ ବେଳେ ୧୫୦ଟି ଦେଶକୁ କୋଭିଡ୍ ଟିକା ଯୋଗାଇ ଦିଆଯାଇଥିଲା। ୨୦୨୨ ଶେଷ ସୁଦ୍ଧା ଭାରତରେ ୫ ଶହ କୋଟି କରୋନା ଟିକା ପ୍ରସ୍ତୁତ ନେଇ ଲକ୍ଷ୍ୟ ରଖା ଯାଇଛି ବୋଲି ରୋମରେ ଆୟୋଜିତ ଏ୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ଅବସରରେ ବିଶ୍ୱନେତାଙ୍କ ସହିତ ବିଶ୍ୱ ଅର୍ଥନୀତି ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ମୋଦି ଆଲୋଚନା କରିଛନ୍ତି। ଏଥିସହ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ଭାରତକୁ ଅଂଶୀଦାର କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ। ଏ୨୦ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଓ ଫଳପ୍ରଦ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts