FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଜୁଲାଇ ୩୧ ସୁଦ୍ଧା ସି.ବି.ଏସ୍‌.ଇ ଯୁକ୍ତ ଦୁଇ ପରୀକ୍ଷା ଫଳ

ଜୁଲାଇ ୩୧ ସୁଦ୍ଧା ସି.ବି.ଏସ୍‌.ଇ ଯୁକ୍ତ ଦୁଇ ପରୀକ୍ଷା ଫଳ

ଜୁଲାଇ ୩୧ ସୁଦ୍ଧା ସି.ବି.ଏସ୍‌.ଇ ଯୁକ୍ତ ଦୁଇ ପରୀକ୍ଷା ଫଳ
SHARE NOW :


ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍ ) : ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍‌ଇ ଯୁକ୍ତ ଦୁଇ ପରୀକ୍ଷା ଫଳ । କରୋନା ପାଇଁ ବାତିଲ କରାଯାଇଥିବା ଯୁକ୍ତ ଦୁଇର ମୂଲ୍ୟାଙ୍କନ କରିବା ପାଇଁ ୧୩ ଜଣିଆ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଥିଲା ।ତେବେ ଗୁରୁବାର ସିବିଏସ୍‌ଇ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ।ରିପୋର୍ଟ ଅନୁସାରେ ଦ୍ୱାଦଶ ,ଏକାଦଶ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡର ପରୀକ୍ଷା ଫଳାଫଳକୁ ନେଇ ମୂଲ୍ୟାଙ୍କନ କରାଯିବ ।ଦଶମ ଶ୍ରେଶୀର ପାଞ୍ଚଟି ବିଷୟରୁ ୩ ଟି ବିଷୟରେ ରଖିଥିବା ଭଲ ମାର୍କ , ଏକାଦଶ ଶ୍ରେଣୀର ପାଞ୍ଚଟି ବିଷୟରୁ ହାରାହାରି ମାର୍କ ଓ ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ଓ ପ୍ରାକ୍ଟିକାଲ ମାର୍କକୁ ଅଧାର କରି ଫଳାଫଳ ପ୍ରକାଶ କରାଯିବ ।ଦଶମ ଶ୍ରେଣୀ ମାର୍କରୁ ୩୦ ପ୍ରତିଶତ , ଏକାଦଶ ଶେଣୀ ମାର୍କରୁ ୩୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀ ପ୍ରି ବୋର୍ଡ଼ ପରୀକ୍ଷା ମାର୍କରୁ ୪୦ ପ୍ରତିଶତ ମାର୍କ ଆଧାରରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସିବିଏସଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି । ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଆର୍ଟନୀ ଜେନରାଲ ।

Leave a Reply

Your email address will not be published. Required fields are marked *

Related Posts