FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ତାଜମହଲ ଭଳି ଘର କରି ଚର୍ଚ୍ଚାରେ ବ୍ୟକ୍ତି

ତାଜମହଲ ଭଳି ଘର କରି ଚର୍ଚ୍ଚାରେ ବ୍ୟକ୍ତି

ତାଜମହଲ ଭଳି ଘର କରି ଚର୍ଚ୍ଚାରେ ବ୍ୟକ୍ତି
SHARE NOW :

ଭୋପାଳ(ଲାଇଭ ଓଡିଶା ନ୍ୟୁଜ): ତିନି ବର୍ଷରେ ନିର୍ମାଣ ହେଲା ତାଜମହଲ । ଜଣେ ବ୍ୟକ୍ତି ନିଜ ପତ୍ନୀକୁ ତାଜମହଲ ନିର୍ମାଣ କରି ନିଜ ପ୍ରେମର ପରିଭାଷା କହିଛନ୍ତି । ପୂର୍ବରୁ ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜମହଲ ବିଷୟରେ ଆପଣମାନେ ଶୁଣିଥିବେ । ତାଜମହଲକୁ ଶାହାଜାନ୍ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ । ଯାହାକୁ ଯୁଗ ଯୁଗରୁ ପ୍ରେମର ପ୍ରତୀକ ଭାବେ ବିବେଚନା କରାଯାଉଛି । ସେହିଭଳି ଆଜିର ସମୟରେ ଏହାର ପୁନରାବୃତ୍ତି କରିଛନ୍ତି ଜଣେ ବ୍ୟକ୍ତି । ନିଜ ପତ୍ନୀକୁ ଖୁସୀ କରାଇବା ପାଇଁ ସେ ତାଙ୍କୁ ତାଜମହଲ ଉପହାର ଦେଇଛନ୍ତି । ଏହି ତାଜମହଲ ସଦୃଶ ଗୃହ ନିର୍ମାଣ କରିବା ଲାଗି ବ୍ୟକ୍ତି ଜଣଙ୍କୁ ବହୁ କଠିନତାର ସମ୍ମୁଖୀନ ହେବାକୁ ପଡିଛି । ଏହି ଘରେ ୪ବଖରା ରହିଛି । ଘର ନିର୍ମାଣ କରିଥିବା ଇଞ୍ଜିନିୟର କହିଛନ୍ତି ଯେ ଘର ନିର୍ମାଣରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ପ୍ରକୃତ ତାଜମହଲକୁ ଅତି ନିକଟରୁ ଅଧ୍ୟୟନ କରିଥିଲେ। ଘର ଭିତରେ ଖୋଦନ ପାଇଁ ସେ ବେଙ୍ଗଲ ଏବଂ ଇନ୍ଦୋରର କଳାକାରମାନଙ୍କଠାରୁ ସାହାଯ୍ୟ ଲୋଡିଥିଲେ। ଘରର ଗମ୍ବୁଜ ୨୯ ଫୁଟ ଉଚ୍ଚରେ। ଏଥିରେ ତାଜମହଲ ପରି ଟାୱାର ଅଛି ଏବଂ ଘରର ଚଟାଣ ରାଜସ୍ଥାନର ‘ମାକ୍ରାନା’ରୁ ତିଆରି ହୋଇଛି ଏବଂ ଆସବାବପତ୍ର ମୁମ୍ବାଇର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ବଡ ହଲ୍ ରହିଛି। ତଳ ମହଲାରେ ୨ଟି ଶୟନ କକ୍ଷ, ଉପର ମହଲାରେ ୨ ଟି ଶୟନ କକ୍ଷ ରହିଛି। ଏକ ଲାଇବ୍ରେରୀ ଏବଂ ଏକ ଧ୍ୟାନ କକ୍ଷ ମଧ୍ୟ ରହିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *

Related Posts