- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ତାଲିବାନର ନୁଆ ନିୟମ: ଆଇପିଏଲ ପ୍ରସାରଣକୁ କଲା ବ୍ୟାନ
ତାଲିବାନର ନୁଆ ନିୟମ: ଆଇପିଏଲ ପ୍ରସାରଣକୁ କଲା ବ୍ୟାନ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡିଶା ନ୍ୟୁଜ୍): ଆରମ୍ଭ ହୋଇଯାଇଛି ଆଇପିଏଲ ସିଜିନ । ଆଇପିଏଲ ଦେଖିବା ପାଇଁ କାହା ମନରେ ବା ଆଗ୍ରହ ନଥାଏ । କିନ୍ତୁ ଏହି ଆଗ୍ରହକୁ ମନରେ ହିଁ ମାରି ଦେଇଛି ତାଲିବାନ ସରକାର । ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ନିଜର ଅସଲ ରୂପ ଦେଖାଉଛି । କେତେବେଳେ ନୃଂଶସ ଭାବେ ନୀରିହ ଲୋକଙ୍କୁ ମାରୁଛି, ତ ପୁଣି କେତେବେଳେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛି । ଆଫଗାନିସ୍ଥାନକୁ ତାଲିବାନ ଦଖଲ କରିବା ପରେ ସେଠାର ନାଗରିକ ମାନଙ୍କର କ୍ଷମତା ସହିତ ସ୍ୱାଧୀନତା ସବୁ କିଛି ମାଟିରେ ମିଶିଯାଇଛି ।
ଏସବୁ ଭିତରେ ଆଫଗାନିସ୍ତାନ କ୍ରିକେଟପ୍ରେମୀଙ୍କୁ ବଡ ଝଟକା ଦେଇଛି ତାଲିବାନ । ପୂରା ବିଶ୍ୱ ଆଇପିଏଲର ମଜା ନେଉଥିବାବେଳେ ତାଲିବାନ ସରକାର ଦେଶରେ ଆଇପିଏଲ ପ୍ରସାରଣକୁ ବ୍ୟାନ୍ କରିଛନ୍ତି ।
ତାଲିବାନ କହିଛି, ଆଇପିଏଲର ବିଭିନ୍ନ କଣ୍ଟେଣ୍ଟ ଇସଲାମ ବିରୋଧୀ । ମ୍ୟାଚ୍ ସମୟରେ ଚିୟରଲିଡର୍ସ ମାନେ କେଶ ମୁକୁଳା କରି ନାଚିଥାନ୍ତି । ଏହା ଇସଲାମ ସଂସ୍କୃତି ବିରୋଧୀ ବୋଲି ତାଲିବାନ ସରକାର କହିଛି । ତେଣୁ ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣକୁ ବ୍ୟାନ କରାଯାଇଛି ।
ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରସିଦ ଖାନ୍, ମହମ୍ମଦ ନବି, ମୁଜିବ ଉର ରେହମାନ ଆଇପିଏଲରେ ଅଂଶଗ୍ରହଣ କରିଥିବା ସତ୍ତ୍ୱେ ମଧ୍ୟ ନିଜ ଷ୍ଟାର କ୍ରିକେଟରଙ୍କ ଖେଳ ଦେଖିପାରିବେନି ଆଫଗାନିସ୍ତାନ ବାସିନ୍ଦା ।