FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ତୃତୀୟ ଲହରକୁ ନେଇ ଚିନ୍ତା ବଢାଉଛି କେରଳ ଓ ମୁମ୍ବାଇ

ତୃତୀୟ ଲହରକୁ ନେଇ ଚିନ୍ତା ବଢାଉଛି କେରଳ ଓ ମୁମ୍ବାଇ

ତୃତୀୟ ଲହରକୁ ନେଇ ଚିନ୍ତା ବଢାଉଛି କେରଳ ଓ ମୁମ୍ବାଇ
SHARE NOW :

ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ସାରା ବିଶ୍ୱରେ କରୋନା ମହାମାରୀ ତାର କାୟା ବିସ୍ତାର କରିଛି । ପ୍ରଥମ ଲହର ଠାରୁ କରୋନାର ଦ୍ୱିତୀୟ ଲହର ଭୟଙ୍କର ଥିିବାବେଳେ ବୌଜ୍ଞାନିକ ମାନଙ୍କ ମତରେ ତୃତୀୟ ଲହର ଆହୁରି ଭୟଙ୍କର ହେବା ଅନୁମାନ କରାଯାଉଛି । ଏହିପରି ଭାବରେ କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବଢାଉଛି କେରଳ ଓ ମୁମ୍ବାଇ ।


ଗତ ୨୪ ଘଣ୍ଟାର ରିପୋଟ ଅନୁଯାଇ କେରଳରେ ୩୦ ହଜାର ଉପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେପଟେ ମୁମ୍ବାଇରେ ମଧ୍ୟ କରୋନା ତୃତୀୟ ଲହରର ଆଶଂକା ଦେଖାଦେଲାଣି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୮ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଗତ କିଛିମାସ ପରେ ମୁମ୍ବାଇରେ ୫୦୦ ଉପରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।


ସେପ୍ଟେମ୍ବର ୧ରୁ ଲଗାତାର ବଢିଚାଲିଛି କରେ।।ନା ସଂକ୍ରମିତଙ୍କ ସଂଖ୍ୟା। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩ ହଜାର ୮୯୮ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଆଗାମି ୧୫ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସଂକ୍ରମଣକୁ ନଜରରେ ରଖି ଗଣେଶ ଚତୁର୍ଥୀ ପାଳନ ଉପରେ କଟକଣା ମଧ୍ୟ ଲଗାଯାଇଛି। ମଣ୍ଡପ ବୁଲିବାକୁ ଭକ୍ତଙ୍କୁ ବାରଣ ହୋଇଥିବାବେଳେ ଘରେ ରହି ଗଣେଶ ଚତୁର୍ଥୀ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସରକାର।

Leave a Reply

Your email address will not be published. Required fields are marked *

Related Posts