- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଥରିଲା ପାକିସ୍ତାନ : ୨୦ ମୃତ
ଥରିଲା ପାକିସ୍ତାନ : ୨୦ ମୃତ

SHARE NOW :
ଇସଲାମାବାଦ(ନୀଳାଚଳ ନ୍ୟୁଜ୍): ଭୁକମ୍ପରେ ଥରିଲା ପାକିସ୍ତାନ । ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ଏକାଧିକ ଭୂକମ୍ପ ଝଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୩.୩୦ ମିନିଟରେ ବାଲୋଚିସ୍ତାନରେ ଭୂକମ୍ପ ଝଟକା ଅନଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିଲା। ଭୂକମ୍ପ ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ଓ ୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଏଥି ସହିତ ଅନେକ ଲୋକ ଆହତ ହୋଇଥିବା ସୂଚନା ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।
ଝଟକା ଭୋର ସମୟ ହୋଇଥିବାରୁ ଅଧିକାଂଶ ଲୋକ ଘର ମଧ୍ୟରେ ଶୋଇଥିଲେ। ତେଣୁ ସେମାନେ ଠିକ୍ ସମୟରେ ଘରୁ ଖୋଲା ସ୍ଥାନକୁ ଆସି ପାରି ନଥିଲେ। ଏଥିଯୋଗୁ ଅନେକ ସ୍ଥାନରେ ଘର ଭାଙ୍ଗି ଓ ଛାତ ଭୁଶୁଡ଼ି ଅନୂନ୍ୟ ୨୦ ଜଣ ଲୋକଙ୍କ ଜୀବନ ଯାଇଛି। ବାଲୋଚିସ୍ତାନ ଗୃହ ମନ୍ତ୍ରୀ ମୀର ଜିଆ ଉଲ୍ଲାଙ୍କ କପିବା ଅନୁଯାୟୀ, ମୃତ ୨୦ଜଣଙ୍କ ମଧ୍ୟରୁ ଜଣେ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।