ଦିଲ୍ଲୀରେ କରୋନା ଭାଙ୍ଗିଲା ୬ ମାସର ରେକର୍ଡ

SHARE NOW :
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସ ମହାମାରୀ ପୁଣି ଥରେ ଉପରମୁହାଁ ହୋଇଛି । ସଂକ୍ରମଣର ଦର ବଢ଼ିବାରେ ଲାଗିଛି । କୋଭିଡଜନିତ ମୃତ୍ୟୁ ମଧ୍ୟ ଲୋକଙ୍କୁ ଡରାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କେରାନାରେ ୨୭୨୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟରେ କୋଭିଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ରାଜଧାନୀରେ ଏବେ କୋଭିଡର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୮୮୪୦ ହୋଇଛି ।
ଦିଲ୍ଲୀରେ କରୋନା ମାମଲା ପାଖାପାଖି ୬ ମାସର ରେକର୍ଡ ଭାଙ୍ଗିଛି । ସ୍ୱାସ୍ଥ୍ୟ ବିଭାଗ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଫେବ୍ରୁଆରୀ ୨ ତାରିଖ ପରେ ସଂକ୍ରମଣ ବଢ଼ିଛି । ଗୁରୁବାର ଦିଲ୍ଲୀରେ ୨୭୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଫେବ୍ରୁଆରୀ ୨ ତାରିଖରେ ୩୦୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରେ ୧୮ ହଜାର ୯୬୦ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା । ଏଥି ସହିତ ଦିଲ୍ଲୀରେ କୋଭିଡର ପଜିଟିଭିଟି ଦର ୧୪.୩୮ ପ୍ରତିଶତ ହୋଇଛି ।