FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦୀପାବଳୀ ପାଇଁ ଚଳଚଞ୍ଚଳ ବଦ୍ରିନାଥ ମନ୍ଦିର

ଦୀପାବଳୀ ପାଇଁ ଚଳଚଞ୍ଚଳ ବଦ୍ରିନାଥ ମନ୍ଦିର

ଦୀପାବଳୀ ପାଇଁ ଚଳଚଞ୍ଚଳ ବଦ୍ରିନାଥ ମନ୍ଦିର
SHARE NOW :

ଉତ୍ତରାଖଣ୍ଡ(ଲାଇଭ ଓଡିଶା ନ୍ୟୁଜ): ଦିପାବଳୀ ପାଇଁ ଫୁଲରେ ସଜେଇ ହୋଇଛି ବଦ୍ରିନାଥ ଧାମ । ବାବାଙ୍କ ମନ୍ଦିର ୧୦କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରରେ ଦୀପାବଳୀରେ ମା ଲକ୍ଷ୍ମୀ ଓ କୁବେର ଭଗବାନଙ୍କ ପୂଜା କରାଯାଇଥାଏ । ଧାମର ଚତୁପାଶ୍ୱର୍ରେ ଦୀପ ଜଳାଯାଏ। ଧର୍ମଅଧିକାରୀଙ୍କ କହିବା ଅନୁସାରେ, ବଦ୍ରିନାଥ ହିଁ ଗୋଟିଏ ମାତ୍ର ସ୍ଥଳୀ, ଯେଉଁଠାରେ ମାତା ଲକ୍ଷ୍ମୀ ଓ କୁବେର ଭଗବାନଙ୍କ ଏକାସହ ପୂଜା କରାଯାଇଥାଏ। ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍ଟିନେଣ୍ଟ ଜେନେରାଲ ଗୁରମିତ ସିଂହ ୪ନଭେମ୍ବରକୁ ବଦ୍ରିନାଥ ଧାମର ଦର୍ଶନ କରିବେ। ଜିଲ୍ଲାଧିକାରୀ ହିମାଂଶୁ ଖୁରାନା କହିଲେ, ରାଜ୍ୟପାଳ ବଦ୍ରିନାଥକୁ ପହଞ୍ଚି ବଦ୍ରିନାଥ ଧାମର ଦର୍ଶନ କରିବେ। ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ପହଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *

Related Posts