FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପଶ୍ଚିମବଙ୍ଗ ଫଳାଫଳ: ପ୍ରଥମ ରାଉଣ୍ଡରେ ଆଗରେ ମମତା

ପଶ୍ଚିମବଙ୍ଗ ଫଳାଫଳ: ପ୍ରଥମ ରାଉଣ୍ଡରେ ଆଗରେ ମମତା

ପଶ୍ଚିମବଙ୍ଗ ଫଳାଫଳ: ପ୍ରଥମ ରାଉଣ୍ଡରେ ଆଗରେ ମମତା
SHARE NOW :

ପଶ୍ଚିମବଙ୍ଗ(ଲାଇଭ ଓଡିଶା ନ୍ୟୁଜ) :ପଶ୍ଚିମବଙ୍ଗର ତିନୋଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ । ଏହାକୁ ନେଇ ସମସ୍ତଙ୍କ ନଜର ରହିଛି ଭବାନୀପୁର ଆସନ ଉପରେ । ସେହି ଆସନରୁ ପାର୍ଥୀ ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ବିଜେପିର ନେତ୍ରୀ ପ୍ରିୟଙ୍କା ତିବ୍ରେୱାଲ ଓ ସିପିଆଇଏମର ଶ୍ରୀଜୀବ ବିଶ୍ଵାସ । ଯଦି ଫଳାଫଳ ମମତାଙ୍କ ସପକ୍ଷରେ ନଯାଏ, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ। ନିୟମ ଅନୁସାରେ କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ। ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡେ।


ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି ପ୍ରକ୍ରିୟା ଜାରୀ ରହିଛି । ଗଣତି ଅନୁସାରେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଟିଏମସି ୬୧୪୬ ଭୋଟ ଆଗରେ ରହିଛି। ସେହିଭଳି ପୋଷ୍ଟାଲ ବାଲାଟରେ ମଧ୍ୟ ଟିଏମସି ଆଗୁଆ ରହିଥିବା ଜଣାପଡ଼ିଛି। ମମତାଙ୍କ ବିପକ୍ଷରେ ରହିଥିବା ବିଜେପି ନେତ୍ରୀ ପ୍ରିୟଙ୍କା ତିବ୍ରେୱାଲ ଓ ସିପିଆଇଏମର ଶ୍ରୀଜୀବ ବିଶ୍ଵାସ ପ୍ରଥମ ରାଉଣ୍ଡରେ ଟିଏମସିଠାରୁ ପଛରେ ରହିଛନ୍ତି। ଏହା ବ୍ୟତୀତ ଜାଙ୍ଗିପୁର ଓ ସମସେରଗଞ୍ଜରେ ମଧ୍ୟ ଭୋଟ ଗଣତି ଜାରି ରହିଛି। ସେହି ଦୁଇଟି ଆସନରେ ମଧ୍ୟ ଟିମସି ଆଗରେ ରହିଥିବା ସୂଚନା ମିଳିଛି। ତେବେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published. Required fields are marked *

Related Posts