FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ପୁଣି ଥରେ ସୋନିଆଙ୍କୁ ଜେରା

ପୁଣି ଥରେ ସୋନିଆଙ୍କୁ ଜେରା

ପୁଣି ଥରେ ସୋନିଆଙ୍କୁ ଜେରା
SHARE NOW :

ଆଜି ପୁଣି ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଇଡି ସୋନିଆଙ୍କୁ ପାଖାପାଖି ୮ ଘଣ୍ଟା ଜେରା କରି ସାରିଛି । ପୁଣି ଥରେ ଆଜି ସକାଳ ୧୧ ଟାରୁ ଜେରା ପାଇଁ ସୋନିଆଙ୍କୁ ନୋଟିସ ଜାରି କରିଛି ଇଡି । ବର୍ତ୍ତମାନ ସୁଦ୍ଧା ଇଡିର ୭୫ଟି ପ୍ରଶ୍ନରେ ସୋନିଆଙ୍କ ବୟାନ ରେକର୍ଡ କରାଯାଇଛି ।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (AJL) ଓ ଏହା ସହ ଜଡିତ ୮୦୦ କୋଟି ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ କିଭଳି ଅଧିଗ୍ରହଣ କଲା ସେ ସମ୍ବନ୍ଧରେ ସୋନିଆଙ୍କୁ ଜେରା କରାଯିବ ।

ଏହା ପୂର୍ବରୁ ବି ରାହୁଲ ଗାନ୍ଧୀ, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, କୋଷାଧ୍ୟକ୍ଷ ପୱନ କୁମାର ବଂଶଲଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରାଯାଇଥିଲା । ସେପଟେ ସୋନିଆ ଗାନ୍ଧିଙ୍କୁ ଜେରା ପ୍ରତିବାଦରେ କଂଗ୍ରେସ ଗତକାଲି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କେନ୍ଦ୍ର ବିରୋଧରେ ହଲ୍ଲାବୋଲ କରିଥିଲେ କଂଗ୍ରେସ ନେତା ।

ସେପଟେ ଓଡ଼ିଶା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଅତିଷ୍ଟ । ଏହାକୁ ନେଇ ସୋନିଆ ଓ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିବାରୁ ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

Leave a Reply

Your email address will not be published. Required fields are marked *

Related Posts