- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ପ୍ରଥମ ମ୍ୟାଲେରିଆ ଟିକା RTS, S-AS01କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି
ପ୍ରଥମ ମ୍ୟାଲେରିଆ ଟିକା RTS, S-AS01କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ):ବିଶ୍ୱରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପୃଷ୍ଠା ଯୋଡି ହୋଇଛି। ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା RTS, S-AS01କୁ ମିଳିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି। ଏନେଇ ସୂଚନା ଦେଇଛନ୍ତି ଡଐଙର ମହାନିର୍ଦ୍ଦେଶକ ଟେଡରସ ଅଧନମ ଘେବ୍ରେସସ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଏଣିକି ଏହି ଟିକାକୁ ସାରା ବିଶ୍ୱରେ ଦିଆଯାଇପାରିବ। ଦୁଇ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଏହି ଟିକାର ୪ଟି ଡୋଜ ଦେବା ଲାଗି ଡଐଙ ପରାମର୍ଶ ଦେଇଛି। ରିପୋର୍ଟ ଅନୁସାରେ, ପ୍ରତି ୨ ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ପ୍ରାଣ ହରାଇଥାଏ।
ପ୍ରାଣ ହରାଉଥିବା ଶିଶୁଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଶିଶୁ ମଶାରି ବ୍ୟବହାର କରି ନଥାନ୍ତି ବୋଲି ଜଣାଯାଇଛି। ଅଧିକ ବିପଦର କାରଣ ସାଜୁଥିବା ମ୍ୟାଲେରିଆର ଭାରିଆଣ୍ଟର ନାଁ ପ୍ଲାଜମୋଡିଅମ ଫାଲସିପୋରମ। ଯାହାକି ମସ୍ତିଷ୍କ ଜ୍ୱର ମୃତ୍ୟୁର କାରଣ ହୋଇଥାଏ। ଏହି ଟିକା ବିଶ୍ୱ ସ୍ୱାସ୍ଥ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କହିଛନ୍ତି WHO ମ୍ୟାଲେରିଆ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପେଦ୍ରୋ ଅଲୋନସୋ।