FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପ୍ରିଡେଟର୍ସ ଡ୍ରୋନ କିଣିବ ଭାରତ

ପ୍ରିଡେଟର୍ସ ଡ୍ରୋନ କିଣିବ ଭାରତ

ପ୍ରିଡେଟର୍ସ ଡ୍ରୋନ କିଣିବ ଭାରତ
SHARE NOW :

ନୂଆଦିଲ୍ଲୀ: ଭାରତ କିଣିବ ପ୍ରିଡେଟର୍ସ ଡ୍ରୋନ୍ । ଆମେରିକା ସହ ଏନେଇ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ଆଲୋଚନା । ତିନି ବିଲିୟନ ଡଲାରରେ ଏନେଇ ଚୁକ୍ତି ହୋଇଛି । ଭାରତ ମହାସାଗର ଓ ଏଲଏସିରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ ଭାରତ ଯୋଜନା କରୁଛି । ଏଥିସହ ଚୀନର ହରକତ ଉପରେ ମଧ୍ୟ ନଜର ରହିବ । ଏହି ଡ୍ରୋନ ବିଭିନ୍ନ କାମରେ ଆସିପାରିବ ।
ଅସ୍ତ୍ରଶସ୍ତ୍ର ପରିବହନ ସହ ଶତ୍ରୁପକ୍ଷ ଉପରେ ତିକ୍ଷ୍ନ ନଜର ରଖିପାରିବ । ଆବଶ୍ୟକ ପଡିଲେ ଆକ୍ରମଣ ମଧ୍ୟ କରିପାରିବ । ଏହା ସହଜରେ ଶତ୍ରୁ ପକ୍ଷଙ୍କ ନଜରରେ ଆସିବ ନାହିଁ । ୩୦ଟି MQ9B ଡ୍ରୋନ୍ କିଣିବା ପାଇଁ ଭାରତ ଚୁକ୍ତି କରିଛି । ଏହି ଡ୍ରୋନ୍ ମାଧ୍ୟମରେ ଅଲକାଏଦା ଆତଙ୍କୀ ଆୟମାନ ଜଓ୍ବାହିରିକୁ ଟାର୍ଗେଟ କରି ମାରିଥିଲା ଆମେରିକା । ପୂର୍ବରୁ ଏହି ଚୁକ୍ତି ରଦ୍ଦ ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା ।

Leave a Reply

Your email address will not be published.

Related Posts