FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପ୍ୟାନ ଓ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସକୁ ବୃଦ୍ଧି

ପ୍ୟାନ ଓ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସକୁ ବୃଦ୍ଧି

ପ୍ୟାନ ଓ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସକୁ ବୃଦ୍ଧି
SHARE NOW :

ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ପ୍ୟାନ୍ ଓ ଆଧାର କାର୍ଡ ଲିଙ୍କ୍ କରିବା ଅବଧିକୁ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ସରକାର ଶୁକ୍ରବାର ପ୍ୟାନ୍ (ପରମାନେଣ୍ଟ ଆକାଉଣ୍ଟ ନମ୍ବର) ସହିତ ଆଧାର ଲିଙ୍କର ଅବଧିକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ଆୟକର ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ଯୋଗୁ ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏଥିରେ କୁହାଯାଇଛି।


ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନ୍ ସହ ଆଧାର କାର୍ଡ ଲିଙ୍କ୍ ନେଇ ଧାର୍ଯ୍ୟ ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ନୂଆ ଧାର୍ଯ୍ୟ ସମୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାକୁ ପଡ଼ିବ । କରୋନା କଟକଣାକୁ ଦୃଷ୍ଟି ଆଗରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts