FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ମଦୁଆ ସ୍ୱାମୀ କାମୁଡି ଦେଲେ ସ୍ତ୍ରୀ ନାକ

ମଦୁଆ ସ୍ୱାମୀ କାମୁଡି ଦେଲେ ସ୍ତ୍ରୀ ନାକ

ମଦୁଆ ସ୍ୱାମୀ କାମୁଡି ଦେଲେ ସ୍ତ୍ରୀ ନାକ
SHARE NOW :

ଭୋପାଳ( ଲାଇଭ୍ ଓଡିଶା ନ୍ୟୁଜ୍‌ /ଦିଲିପ ସାଦୁ ): ମଦୁଆ ସ୍ୱାମୀ ରାଗରେ କାମୁଡ଼ିଦେଲା ସ୍ତ୍ରୀର ନାକ, ଗୁରୁତର ଅବସ୍ଥାରେ ସ୍ତ୍ରୀର ହସ୍ପିଟାଲରେ ଭର୍ତ୍ତି । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ରତମାଲ ଜିଲ୍ଳାର ଆଲୋଟ ଅଞ୍ଚଳରେ ଘଟିଛି ।ଜଣେ ମଦୁଆ ସ୍ୱାମୀ ପ୍ରଥମେ ନିଜ ପତ୍ନୀ ସହିତ ମାରପିଟ୍ କରିଥିଲା ଓ ବର୍ବରତା ଦେଖାଇବାକୁ ଯାଇ ସ୍ତ୍ରୀର ନାକକୁ ଖୁବ୍ ଜୋରରେ କାମୁଡ଼ି ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପତ୍ନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥାରେ ଗୁରୁତର ରହିଛି । ପରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।


ସୁଚନା ଅନୁସାରେ, ମଦୁଆ ସ୍ୱାମୀର ହରକତରେ ବିଚଳିତ ,ହୋଇ ପତ୍ନୀ ଖୁବ୍ ଆଗରୁ ଅର୍ଥାତ୍ କିଛି ବର୍ଷ ତଳେ ଥାନାରେ ଅଭିଯୋଗ କରିଥିଲା । କିନ୍ତୁ ଏଥିରେ ଉଚିତ୍ ପଦକ୍ଷେପ ନିଆଯାଇନଥିଲା । ତେଣୁ ପତ୍ନୀ କୋର୍ଟରେ ମାମଲା ରୁଜୁ କରିଥିଲେ ଓ ଭତ୍ତା ଦେବାପାଇଁ ଦାବି କରିଥିଲେ । ଏହାଦ୍ୱାରା ସ୍ୱାମୀ ଖୁବ୍ ରାଗି ଗଲା । ଏହି ରାଗରେ ଆସି ପ୍ରଥମେ ପତ୍ନୀ ସହିତ ମାରପିଟ୍ କରିଥିଲା ଓ ତାଙ୍କ ନାକକୁ କାମୁଡ଼ି ଦେଇଥିଲା ।


ସୂଚନା କ୍ରମେ, ଏହି ଦୁଇଜଣଙ୍କ ବିବାହ ୨୦୦୮ ମସିହାରେ ହୋଇଥିଲା । ସେମାନଙ୍କ ଦୁଇ ଜଣ ଝିଅ ମଧ୍ୟ ରହିଛନ୍ତି । ତେବେ ମହିଳାଙ୍କ ସ୍ୱାମୀ ପ୍ରତିଦିନ ଘରେ ହିଁ ରୁହନ୍ତି । କିଛି ବି କାମ କରନ୍ତି ନାହିଁ । ବିବାହର ଦୁଇ ବର୍ଷ ପରେ ସ୍ଥିତି ବିଗିଡ଼ି ଯାଇଥିଲା । ୨୦୧୧ ମସିହାରୁ ମହିଳାଙ୍କ ସ୍ୱାମୀ ମଦ ପିଇବା ଆରମ୍ଭ କରିଥିଲେ । ବିରୋଧ କଲେ ମାରପିଟ୍ କରୁଥିଲା । ତେଣୁ ଏଥିରେ ଅତିଷ୍ଟ ହୋଇ ଦୁଇ ଝିଅଙ୍କୁ ଧରି ମହିଳା ଜଣକ ନିଜ ବାପ ଘରକୁ ଚାଲି ଯାଇଥିଲେ । ଆଉ ଏବେ ଯେତେବେଳେ କୋର୍ଟରେ ମାମଲା ପହଞ୍ଚିଛି ଏହିଭଳି ଏକ ଘଟଣା ସାମନାକୁ ଆସିଛି । ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।

Leave a Reply

Your email address will not be published. Required fields are marked *

Related Posts