- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ମୁଖ୍ୟମନ୍ତ୍ରୀ ଦୌଡରେ ଅମ୍ବିକା ସୋନୀ ଆଗୁଆ
ମୁଖ୍ୟମନ୍ତ୍ରୀ ଦୌଡରେ ଅମ୍ବିକା ସୋନୀ ଆଗୁଆ

SHARE NOW :
ନୂଆଦିଲ୍ଲୀ(ନୀଳାଚଳ ନ୍ୟୁଜ୍) ଦୀର୍ଘ ୯ ବର୍ଷ ଧରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା କ୍ୟାପଟେନ ଅମରିନ୍ଦର ସିଂ ଗତ ଶନିବାର ,ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳ ବନୱରୀ ଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶନିବାର ସକାଳେ ସେ ସୋନିଆ ଗାନ୍ଧିଙ୍କୁ ଫୋନ କରି ନିଜର ଇସ୍ତଫା ସମ୍ପର୍କରେ ଅବଗତ କରାଇଥିଲେ। ଦଳରେ ସେ ଅପମାନିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ ବୋଲି ସୋନିଆଙ୍କୁ କହିଥିଲେ। ଏହାର ଜବାବରେ ସୋନିଆ କେବଳ “ଆଇ ଆମ ସରି ଅମରିନ୍ଦର” ବୋଲି କହିଥିବା ଶ୍ରୀ ସିଂହ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।
ଅନ୍ୟପଟେ ନବଜ୍ୟୋତ ସିଁ ସିଦ୍ଧୁ ଓ ଅମରିନ୍ଦରଙ୍କ ଭିତରେ ଚାଲିଥିବା ଶିତଳ ଯୁଦ୍ଧକୁ ନେଇ କ୍ୟାପଟେନ ଇସ୍ତଫା ଦେଇଥିବା କଥା ମଧ୍ୟ ସାମ୍ନାକୁ ଆସୁଛି । ଏବେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚୟନ କରାଗଲେ, ତାକୁ ଅମରିନ୍ଦର ବିରୋଧ କରିବେ ବୋଲି କହିଛନ୍ତି। ସିଦ୍ଧୁଙ୍କ ବିରୋଧରେ ଅମରିନ୍ଦରଙ୍କ ଏପରି ବୟାନ କଂଗ୍ରେସ ପାଇଁ ଆହୁରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଛି କ୍ଷମତା ଯୁଦ୍ଧ । ଏନେଇ ଦଳ ପକ୍ଷରୁ ,ଜଣେ ମହିଳାଙ୍କ ନାଁ ସାମ୍ନାକୁ ଆସୁଛି। ସେ ହେଉଛନ୍ତି ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନି।
କୁହାଯାଉଛି, କ୍ୟାପଟେନ୍-ସିଦ୍ଧୁଙ୍କ ମଧ୍ୟରେ ଅମ୍ବିକା ସୋନୀ ହିଁ ସଠିକ୍ ଯୋଗସୂତ୍ର ରକ୍ଷା କରିପାରିବେ । ପଞ୍ଜାବରେ ଦଳରେ ଏବେ ଯେଉଁ ସ୍ଥିତି ଦେଖାଯାଇଛି ତାକୁ ଅମ୍ବିକା ସୋନି ସମାଧାନ କରିପାରିବେ ବୋଲି କେନ୍ଦ୍ରୀୟ ନେତୃତ୍ୱବୃନ୍ଦ ଆଶା ରଖିଛନ୍ତି। ତେଣୁ ଅମ୍ବିକାଙ୍କୁ ମୁଖ୍ୟମନ୍ତ୍ରୀ କରାଇ କ୍ୟାପଟେନ୍-ସିଦ୍ଧୁ ବିବାଦକୁ ରୋକିବାକୁ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ ।