- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ରେକର୍ଡ ଭାଙ୍ଗୁଛି ତୈଳ ଦର
ରେକର୍ଡ ଭାଙ୍ଗୁଛି ତୈଳ ଦର

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ):ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି ତୈଳଦର । କମିବାର ନାଁ ନେଉନାହିଁ । ଗତ କିଛିଦିନର ରିପୋର୍ଟ ଅନୁଯାୟୀ, ଲଗାତାର ଭାବେ ବଢିଚାଲିଛି ତୈଳଦର । ଦେଶରେ କ୍ରମାଗତ ଆଜି ୩ୟ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ପେଟ୍ରୋଲ ଲିଟର୍ ପିଛା ୩୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୫ ପଇସା ବୃଦ୍ଧି ହୋଇଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୯.୨୫ ଟଙ୍କା ଥିବା ବେଳେ ଡିଜେଲ ୯୯.୫୫ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲର ଲିଟର ପିଛା ଦାମ ୧୦୩.୯୪ଟଙ୍କା, ଡିଜେଲ ୯୪.୮୮ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୧୦୦.୭୫ ଟଙ୍କା, ଡିଜେଲ ୯୬.୨୬ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ୧୦୬.୫୨ ଟଙ୍କା, ଡିଜେଲ ୯୭.୦୩ ଟଙ୍କା, ଭୋପାଳରେ ପେଟ୍ରୋଲ ୧୧୧.୭୬ ଟଙ୍କା ,ଡିଜେଲ ୧୦୦.୮୦ ଟଙ୍କା ଓ ଲକ୍ଷ୍ନୌରେ ପେଟ୍ରୋଲ ୧୦୦.୩୧ ଟଙ୍କା, ଡିଜେଲ ୯୨.୨୦ ଟଙ୍କା ରହିଛି। ନୂଆ ଦର ପରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ଡିଜେଲ ୯୪ ପଇସା ବଢ଼ିବାରୁ ଏହା ଲିଟର ପିଛା ୧୦୦.୫୧ ଟଙ୍କାରେ ବିକ୍ରି ହେଉଛି। ସେହିପରି ପେଟ୍ରୋଲର ଲିଟର ପିଛା ଦାମ ୧୦୪.୫୭ ଟଙ୍କା ରହିଛି।
କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, ସବୁ ଜିନିଷର ଦର ଦାମ ବୃଦ୍ଧି ପାଇବାରେ ଲାଗିଛି । ମହଙ୍ଗା ମାଡରେ ସାଧାରଣ ଜନତାମାନେ ହନ୍ତସନ୍ତ ହେଉଛନ୍ତି । କରୋନା କାଳରେ ବହୁ ଲୋକ ନିଜର ଜୀବିକା ହରାଉଥିବା ବେଳେ , ବଢୁଥିବା ଦରଦାମ ମୁଣ୍ଡବିନ୍ଧାର କାରଣ ସାଜିଛିା