FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଶିଶୁମାନଙ୍କୁ ଦିଆଯାଇପାରେ କରୋନା ଟିକା

ଶିଶୁମାନଙ୍କୁ ଦିଆଯାଇପାରେ କରୋନା ଟିକା

ଶିଶୁମାନଙ୍କୁ ଦିଆଯାଇପାରେ କରୋନା ଟିକା
SHARE NOW :

ନୂଆଦିଲ୍ଲ(ନୀଳାଚଳ ନ୍ୟୁଜ୍‌): କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଭାଙ୍ଗିପଡିଥିଲା ସାରା ବିଶ୍ୱ । ହଠାତ୍ କେହି କିଛି ବୁଝିବା ଜାଣିବା ଆଗରୁ ସାରା ବିଶ୍ୱକୁ ଗ୍ରାସ କରିସାରିଥିଲା ମହାମାରୀ କରୋନା । କରୋନାର ଆଗମନ ପରଠାରୁ ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଏହି ମହାମାରୀର ଟିକା ପ୍ରସ୍ତୁତ କରିବାକୁ ନେଇ ଚିନ୍ତାରେ ଥିଲେ । ଏହା ଭିତରେ ଆମ ଦେଶ ଭାରତ ଯିଏକି ପ୍ରଥମେ କରୋନା ମହାମାରୀର ଟିକା କୋଭାସ୍କିନ୍ ଉଦ୍‌ଭାବନ କରିଥିଲା । ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିଲା ।

କରୋନା ଟିକା ଆସିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ମହାମାରୀକୁ ନେଇ ସାମାନ୍ୟ ଆସ୍ୱସ୍ଥୀକର ବାତାବରଣ ସୃଷ୍ଟି ହୋଇଥିଲା । ଟିକା କରଣ ଆଜି ପର୍ଯ୍ୟନ୍ତବି ସାରା ବିଶ୍ୱରେ ଚାଲୁରହିଛି । ଏ ପର୍ଯ୍ୟନ୍ତବି ବିପଦ ଟଳି ନାହିଁ । ପ୍ରଥମେ ବୟଷ୍କ ଓ ପରେ ଯୁବପିଢି ମାନଙ୍କୁ ଟିକାକରଣ କରାଯାଇଥିବା ବେଳେ ଏବେ ଶିଶୁ ମାନଙ୍କୁ ନେଇ ବଢୁଛି ଚିନ୍ତା ।


ଆସୁଥିବା ତୃତୀୟ ଲହର ଶିଶୁ ମାନଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ତେଣୁ ସେମାନଙ୍କ ଟିକାକରଣ କରାଯିବା ନିହାତି ଆବଶ୍ୟକ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶିଶୁମାନଙ୍କୁ ଟିକା ଦିଆଯିବା ପୂର୍ବରୁ ସରକାରଙ୍କୁ ଏକ ଭିନ୍ନ ଭାବରେ ପ୍ରୋଟୋକଲ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ୨ ବର୍ଷରୁ ୧୮ ବର୍ଷ ବୟସ ବର୍ଗଙ୍କୁ ନେଇ କୋଭାସ୍କିନର ଅଧ୍ୟୟନ ପାଖାପାଖି ଶେଷ ପର୍ଯ୍ୟାୟରେ ପହଂଚିଛି । ଫାଇନାଲ ରିପୋର୍ଟ ଖୁବ କମ ଦିନ ଭିତରେ ଆସିବାକୁ ଅଛି । ରିପୋର୍ଟ ଆସିବା ପରେ ଆଗାମୀ କିଛି ଦିନ ମଧ୍ୟରେ ୧୮ ବର୍ଷରୁ କମ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଇପାରେ ବୋଲି ବିଶେଷଜ୍ଞମାନେ ସୂଚାଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts