FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଶେଷ ନିଦ୍ରାରେ ଶଙ୍କରାଚାର୍ଯ୍ୟ

ଶେଷ ନିଦ୍ରାରେ ଶଙ୍କରାଚାର୍ଯ୍ୟ

ଶେଷ ନିଦ୍ରାରେ ଶଙ୍କରାଚାର୍ଯ୍ୟ
SHARE NOW :

ଭୋପାଳ: ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ଦେହାନ୍ତ । ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ଶଙ୍କରାଚାର୍ଯ୍ୟ । ଦେଶର ଚାରି ଧାମରୁ ଦ୍ୱାରିକାଧାମର ଶଙ୍କରାଚାର୍ଯ୍ୟ ରହିଥିଲେ ସ୍ୱାମୀ ସ୍ୱରୂପାନନ୍ଦ । ସନାତନ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୋକବ୍ୟକ୍ତ କରିଛନ୍ତି । ଏଥିସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

୨ ସେପ୍ଟେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ସିଓନି ସହରରେ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ । ପିଲାବେଳୁ ଧର୍ମଶାସ୍ତ୍ର ପ୍ରତି ଯଥେଷ୍ଟ ଜ୍ଞାନ ରଖୁଥିଲେ । ପରବର୍ତ୍ତୀ ସମୟରେ ସେ ହିନ୍ଦୁ ଧର୍ମର ନେତା ଭାବେ ଆବିର୍ଭାବ ହୋଇଥିଲେ । ୧୯୫୦ ମସିହାରେ ସେ ସନ୍ୟାସୀ ହୋଇଥିଲେ । ଗୁରୁ ବ୍ରହ୍ମାନନ୍ଦଙ୍କ ଠାରୁ ସନ୍ୟାସୀ ବ୍ରତ ଗ୍ରହଣ କରିଥିଲେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ।

Leave a Reply

Your email address will not be published.

Related Posts