FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସଙ୍କଟରେ ସିସୋଦିଆ

ସଙ୍କଟରେ ସିସୋଦିଆ

ସଙ୍କଟରେ ସିସୋଦିଆ
SHARE NOW :

ନୂଆଦିଲ୍ଲୀ: ‘ଆପଣଙ୍କ ସମସ୍ତ ଚଢାଉ ଫେଲ୍ ମାରିଲା । କିଛି ମିଳିଲା ନାହିଁ । ଗୋଟିଏ ଟଙ୍କାର ହେରଫେର ହୋଇନାହିଁ । ଏବେ ଆପଣ ଲୁକ୍‌ଆଉଟ୍ ନୋଟିସ୍ ଜାରି କରିଛନ୍ତି ଯେ ମନୀଷ ସିସୋଦିଆ ମିଳୁ ନାହାନ୍ତି । ଏହା କେଉଁ ନାଟକ ମୋଦିଜୀ ? ମୁଁ ଦିଲ୍ଲୀରେ ମୁକ୍ତ ବିଚରଣ କରୁଛି । କୁହନ୍ତୁ କେଉଁଠିକୁ ଆସିବାକୁ ହେବ ? ମୁଁ ଆପଣଙ୍କୁ କେମିତି ମିଳୁନାହିଁ ’? ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଲୁକ୍‌ଆଉଟ୍ ନୋଟିସ ଜାରି ପରେ କିଛି ଏମିତି ଢଙ୍ଗରେ ମୋଦିଙ୍କୁ ସେ ପ୍ରଶ୍ନ କରିଛନ୍ତି ।

ସିସୋଦିଆଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କ ବିରୋଧରେ ବି ନୋଟିସ ଜାରି ହୋଇଛି । ଦିଲ୍ଲୀ ମଦନୀତିକୁ ନେଇ ସିବିଆଇ ଦାଏର କରିଥିବା ଏଫଆଇଆରରେ ସମସ୍ତଙ୍କ ନାମ ସ୍ଥାନ ପାଇଥିଲା । ସେମାନେ ଯେପରି ଦେଶ ବାହାରକୁ ଯାଇପାରିବେ ନାହିଁ ସେଥିଲାଗି ଏହି ନୋଟିସ ଜାରି ହୋଇଛି । ଗତ ଶୁକ୍ରବାର ୭ଟି ରାଜ୍ୟର ୩୧ଟି ସ୍ଥାନରେ ସିବିଆଇ ରେଡ କରିବା ସହ ସିସୋଦିଆଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରିଥିଲା ।

ସିବିଆଇର ଏଫଆଇଆରରେ ସ୍ଥାନ ପାଇଥିବା ୧୫ ଅଭିଯୁକ୍ତଙ୍କ ତାଲିକାରେ ସିସୋଦିଆଙ୍କ ନାମ ସର୍ବାଗ୍ରେ ରହିଛି । ଗତକାଲି ସିସୋଦିଆ ଅଭିଯୋଗ କରିଥିଲେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛି । ତଥାକଥିତ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଅଧିକାରୀମାନେ କାର‌୍ୟ୍ୟ କରୁଛନ୍ତି । ସିସୋଦିଆ କହିଥିଲେ- ଦିଲ୍ଲୀ ଅବକାରୀ ନୀତି ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରାଯାଇଛି । ଏଥିରେ କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ ।

Leave a Reply

Your email address will not be published. Required fields are marked *

Related Posts