FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସଡକ ଦୁର୍ଘଟଣା ପୀଡିତଙ୍କୁ ହସ୍ପିଟାଲ ପହଞ୍ଚାଇଲେ ମିଳିବ ୫୦୦୦ ଟଙ୍କା ପୁରଷ୍କାର

ସଡକ ଦୁର୍ଘଟଣା ପୀଡିତଙ୍କୁ ହସ୍ପିଟାଲ ପହଞ୍ଚାଇଲେ ମିଳିବ ୫୦୦୦ ଟଙ୍କା ପୁରଷ୍କାର

ସଡକ ଦୁର୍ଘଟଣା ପୀଡିତଙ୍କୁ ହସ୍ପିଟାଲ ପହଞ୍ଚାଇଲେ ମିଳିବ ୫୦୦୦ ଟଙ୍କା ପୁରଷ୍କାର
SHARE NOW :


ନୂଆଦିଲ୍ଲୀ(ନୀଳାଚଳ ନ୍ୟୁଜ୍‌): ବିଶ୍ୱରେ ସର୍ବାଧିକ ସଡକ ଦୁର୍ଘଟଣାରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଏଥିରେ ବର୍ଷକୁ ପ୍ରାୟ ୧.୫ ଲକ୍ଷ ଲୋକ ପ୍ରାଣ ହରାଉଥିବା ବେଳେ, ୩.୫ଲକ୍ଷ ଅଧିକ ଲୋକ ପଙ୍ଗୁ ହୋଇଯାଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପତ୍ୟେକ ଦିନ ୪୧୫ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବେଳେ, ଏଥି ମଧ୍ୟରୁ ୧୫ରୁ ୪୫ବର୍ଷ ବୟସର ଲୋକଙ୍କ ସଂଖ୍ୟା ଶତକଡା୭୦ ପ୍ରତିଶତ ରହିଛି ।

ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାର ସଡକ ଓ ପରିବହନ ନିୟମ ମାନ କରାଯାଉଛି । ଅନେକ ଲୋକ ଏହି ନିୟମକୁ ଉଲଘଂନ କରି ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ସମୟରେ ଆପଣମାନେ ଦେଖିଥିବେ, ଯେଉଁ ଜାଗାରେ ଦୁର୍ଘଟଣା ହୁଏ, ଏମିତିବି ଲୋକ ଥାଆନ୍ତି ଯିଏକି ଦୁର୍ଘଟଣାକୁ ଦେଖି ମଧ୍ୟ ଅଣଦେଖା କରି ଚାଲିଯାଇଥାନ୍ତି । କିନ୍ତୁ ଏବେ ଦୁର୍ଘଟଣା ଗ୍ରସ୍ତ ପୀଡିତଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ଟଙ୍କା ।


ସଡ଼କ ଓ ପରିବହନ ମନ୍ତ୍ରାଳୟ ସୋମବାର କହିଛି ଯେ, ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପୀଡିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଂଚାଉଥିବା ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ପାଇଁ ୫୦୦୦ ଟଙ୍କା ପୁରସ୍କାର ଦିଆଯିବ । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି କହିଛି ଯେ, ଏହି ଯୋଜନା ୨୦୨୧ ଅକ୍ଟୋବର ୧୫ରୁ ଲାଗୁ ହେବ ।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଜରୁରୀକାଳୀନ ସ୍ଥିତିରେ ସଡ଼କ ଦୁର୍ଘଟଣା ପୀଡିତଙ୍କୁ ସହଯୋଗ କରିବା ଲାଗି ସାଧାରଣ ଜନତାଙ୍କୁ ପ୍ରେରିତ କରିବା । ନଗଦ ପୁରସ୍କାର ସହିତ ଏକ ପ୍ରମାଣ ପତ୍ର ମଧ୍ୟ ଦିଆଯିବ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ପୁରସ୍କାର ବ୍ୟତୀତ ରାଷ୍ଟ୍ରୀୟ ସ୍ତରରେ ୧୦ ସବୁଠାରୁ ବଡ଼ ସାହାଯ୍ୟକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ।

Leave a Reply

Your email address will not be published. Required fields are marked *

Related Posts