FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସଲମାନ୍ ଖୁର୍ସିଦଙ୍କ ବାସଭବନକୁ ପଥର ମାଡ ସହ ନିଆଁ ଲଗାଇଲେ ଦୁର୍ବୁତ୍ତ

ସଲମାନ୍ ଖୁର୍ସିଦଙ୍କ ବାସଭବନକୁ ପଥର ମାଡ ସହ ନିଆଁ ଲଗାଇଲେ ଦୁର୍ବୁତ୍ତ

ସଲମାନ୍ ଖୁର୍ସିଦଙ୍କ ବାସଭବନକୁ ପଥର ମାଡ ସହ ନିଆଁ ଲଗାଇଲେ ଦୁର୍ବୁତ୍ତ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ଆକ୍ରୋଶର ଶିକାର ହେଉଛନ୍ତି ସଲମାନ ଖୁର୍ସିଦ । ନିଜର ବିବାଦୀୟ ମନ୍ତବ୍ୟ ଓ ଲେଖିଥିବା ବହି ପାଇଁ ଲୋକମାନଙ୍କର ରୋଷର ଶିକାର ହେଉଛନ୍ତି । ଏଥିପାଇଁ ଗତକାଲି ରାତିରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବାସଭବନରେ ପଥର ମାଡ ସହ ଘରେ ନିଆଁ ଲଗାଇଛନ୍ତି ଦୁବୃର୍ତ୍ତ । ଏନେଇ ଫେସବୁକରେ ଫଟୋ ସେୟାର କରି ଲେଖିଛନ୍ତି ‘କ’ଣ ମୁଁ ଏବେ ବି ଭୁଲ କହୁଛି ? ଏହା କ’ଣ ହିନ୍ଦୁତ୍ବ ?’ । ଏବଂ ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛନ୍ତି ଖୁର୍ସିଦ୍ । । ଆକ୍ରମଣକାରୀ ହାତରେ ବିଜେପି ପତାକା ଧରିଥିବା ଓ ସାମ୍ପ୍ରଦାୟିକ ସ୍ଲୋଗାନ ଦେଉଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ସିଦ ତାଙ୍କ ବହି ‘ସନରାଇଜ୍ ଓଭର ଅଯୋଧ୍ୟା’କୁ ନେଇ ବିବାଦରେ ଅଛନ୍ତି । ଏଥିରେ ସେ ହିନ୍ଦୁତ୍ବକୁ ଆତଙ୍କବଦୀ ସଂଗଠନ ଆଇଏସଆଏସ ଏବଂ ବୋକୋ ହରାମ ସହ ତୁଳନା କରିଛନ୍ତି । ଏହାସହ ହିନ୍ଦୁତ୍ବ ରାଜନୀତି ବିପଦ ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ତାଙ୍କ ବିରୋଧରେବିଭିନ୍ନ ସଂଗଠନ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଉଛି । ତେବେ ଏନେଇ ଖୁର୍ସିଦ୍ ନିଜର ମତ ରଖିଛନ୍ତିକି, ‘ମୁ୍ଁ କେବେ ବି ହିନ୍ଦୁତ୍ବର ତୁଳନା ଆତଙ୍କବାଦୀ ସଂଗଠନଙ୍କ ସହ କରିନାହାନ୍ତି । ଆତଙ୍କବାଦୀଙ୍କ ପରି ବିଜେପି ସମର୍ଥକ ମଧ୍ୟ ଧର୍ମର ଅପବ୍ୟବହାର କରୁଛନ୍ତି । ମୁଁ ହିନ୍ଦୁ ଧର୍ମର ପ୍ରଶଂସା କରେ । ସେମାନେ ଏହାର ଅପବ୍ୟବହାର କରୁଛନ୍ତି, ଏହାକୁ ନେଇ ମୁଁ ଆପତ୍ତି ଉଠାଇବା କଥା ।’ ଖୁର୍ସିଦ କହିଛନ୍ତି, ବାବରୀ ମସଜିଦ ଭଙ୍ଗା ପରଠାରୁ ମୁଁ ବହି ଲେଖିବାକୁ ମନ ସ୍ଥିର କରିସାରିଥିଲି ଏବଂ ଚୂଡାନ୍ତ ରାୟ ଆସିବାକୁ ଅପେକ୍ଷା କରିଥିଲି । ରାମ ମନ୍ଦିର ଉପରେ ଯେତେବେଳେ କୋର୍ଟଙ୍କ ରାୟ ଆସିଥିଲା ମୁଁ ସମର୍ଥନ କରିଥିଲି ଓ ବହି ଲେଖିବା ଆରମ୍ଭ କରିଥିଲି । ବହି ପ୍ରକାଶ ପାଇବା ପରେ ଏହାକୁ ବିରୋଧ ଓ ଆଲୋଚନା କରାଯାଉଛି।

Leave a Reply

Your email address will not be published. Required fields are marked *

Related Posts