FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଜାରି ରହିବ : ସୁପ୍ରିମକୋର୍ଟ

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଜାରି ରହିବ : ସୁପ୍ରିମକୋର୍ଟ

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଜାରି ରହିବ : ସୁପ୍ରିମକୋର୍ଟ
SHARE NOW :

ଦିଲ୍ଲୀ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ଏବଂ ଜାତୀୟ ରାଜଧାନୀରେ ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ଏହାସହ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଥିବା ଏକ ଜନସ୍ୱାର୍ଥ ମାମଲା (PIL) କୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ତେବେ ଦିଲ୍ଲୀ ହାଇକୋର୍ଟ ଆବେଦନକାରୀ ଅନୟା ମାଲହୋତ୍ରା ଏବଂ ଐତିହାସିକ ସୋହେଲ ହାଶମିଙ୍କ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇବା ସହ ଏହି ପ୍ରକଳ୍ପ ଜାତୀୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏହି ସିଦ୍ଧାନ୍ତରେ କହିଛନ୍ତି ଯେ, ଆବେଦନକାରୀମାନେ କେବଳ ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପକୁ ଉଦେଶ୍ୟମୂଳକ ଭାବରେ ବାଛିଛନ୍ତି କିନ୍ତୁ ଏଭଳି ଅନ୍ଯ ସାର୍ବଜନୀନ ପ୍ରକଳ୍ପ ବିଷୟରେ ଅନୁସନ୍ଧାନ କରିନାହାଁନ୍ତି।

ଏହି ଅବସରରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ନିର୍ମାଣ ସ୍ଥଳରେ ରହୁଥିବା ଶ୍ରମିକମାନଙ୍କୁ ସମସ୍ତ ସୁବିଧା ଦିଆଯାଇଛି ଏବଂ କୋଭିଡ -19 ପ୍ରୋଟୋକଲ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *

Related Posts