- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗ୍ରସ୍ତ
ସେପ୍ଟେମ୍ବର ୨୪ ରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗ୍ରସ୍ତ

SHARE NOW :
ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍): ସେପ୍ଟେମ୍ବର ୨୪ ରେ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହ୍ୱାଇଟ ହାଉସରେ ଭେଟିବା ସହିତ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନଙ୍କର ଏହା ପ୍ରଥମ ସାକ୍ଷାତ ହେବ ।ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି।
୨୩ ସେପ୍ଟେମ୍ବରରେ ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସୋମବାର ଦିନ ହ୍ୱାଇଟ ହାଉସ ରାଷ୍ଟ୍ରପତି ବାଇଡେନ ସାପ୍ତାହିକ କାର୍ଯ୍ୟକ୍ରମ ଘୋଷଣା କରିଥିଲେ, ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ଉଲ୍ଲେଖ କରାଯାଇଛି ।
ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ମଧ୍ୟ ଭାରତ ଓ ଆମେରିକା ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଏହି ଧାରାକୁ ଆଗକୁ ନେବା ପାଇଁ ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହ୍ୱାଇଟହାଉସରେ ଦ୍ୱିପାକ୍ଷିକ ବୈଠକ କରିବେ।