FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ସୋନୁ ସୁଦଙ୍କ ଘରେ ପହଞ୍ଚିଲା ଆୟକର ବିଭାଗ

ସୋନୁ ସୁଦଙ୍କ ଘରେ ପହଞ୍ଚିଲା ଆୟକର ବିଭାଗ

ସୋନୁ ସୁଦଙ୍କ ଘରେ ପହଞ୍ଚିଲା ଆୟକର ବିଭାଗ
SHARE NOW :

ମୁମ୍ବାଇ(ଲାଇଭଓଡିଶା ନ୍ୟୁଜ): କରୋନା କାଳରେ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ଜିବନ୍ତଭଗବାନ ପାଲଟିଯାଇଥିଲେ ଅଭିନେତା ସୋନୁ ସୁଦ୍ । ଯେଉଁଥିପାଇଁ ଏବେ ଦେଶର ପ୍ରତିଟି ପରିବାର ପାଖରେ ସେ ଜଣାଶୁଣା । ବର୍ତ୍ତମାନ ସେହି ସୋନୁ ସୁଦ୍‌ଙ୍କର ବଢିଛି ଅଡୁଆ। ଲଗାତାର ୨ ଦିନ ହେବ ତାଙ୍କ ଘରେ ସର୍ଭେ ପାଇଁ ପହଞ୍ଚିଛି ଆଇଟି ଟିମ୍ । ସୋନୁଙ୍କ ବ୍ୟାଙ୍କ ଆକାଉଁଟରେ ଅର୍ଥ ଘୋଟାଲା ଅଭିଯୋଗ ଆଧାରରେ ଆଇଟି ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି । ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବଦରେ ଆୟକର ବିଭାଗ ଯାଞ୍ଚ କରୁଥିବା କୁହାଯାଉଛି ।


ଏନେଇ ସୋନୁ ସୁଦଙ୍କୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ହେଲେ ଶେଷରେ ସର୍ବଦା ସତ୍ୟର ହିଁ ଜୟ ହୋଇଥାଏ । ସୋନୁଙ୍କ ସାଥିରେ ଭାରତର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ଆଶୀର୍ବାଦ ରହିଛି, ଯେଉଁମାନଙ୍କ କଠିନ ସମୟରେ ସୋନୁ ତାଙ୍କ ସହିତ ରହିଥିଲେ ।”


ଏହାପୂର୍ବରୁ ବୁଧବାର ମଧ୍ୟ ସୋନୁଙ୍କ ଅଫିସ ଓ ଘରେ ସର୍ଭେ କରିଥିଲା ଆୟକର ବିଭାଗ । ସୋନୁଙ୍କ ମୁମ୍ବାଇ ସ୍ଥିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ପହଁଚି ତଦନ୍ତକରିଥିଲା ଆଇଟି ଟିମ । ତେବେ ଏହି ଘଟଣାକୁ ନେଇ ସୋନୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *

Related Posts