FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦେଶରେ ନୂଆ ୧୫,୭୬୮କରୋନା ସଂକ୍ରମିତ ଚିହ୍ନଟ, ୨୩୧ମୃତ

ଦେଶରେ ନୂଆ ୧୫,୭୬୮କରୋନା ସଂକ୍ରମିତ ଚିହ୍ନଟ, ୨୩୧ମୃତ

ରାଜ୍ୟରେ ୨୪ଘଣ୍ଟାରେ ୪୪୩ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଉପରୁ ହଟୁନି ବିପଦ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୫,୭୬୮ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ କରୋନାରେ ୨୩୧ ଜଣଙ୍କ ପ୍ରାଣ ଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୭୫,୭୪୫ଟି ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ୨୪ ଘଣ୍ଟାର ଦେଶରୁ ୧୮,୬୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାପରେ ଭାରତର ମୋଟ ସୁସ୍ଥସଂଖ୍ୟା ୩,୩୫,୧୪,୪୪୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ସୁସ୍ଥ ହାର ୯୮.୧୬ ପ୍ରତିଶତ ରହିଛି । ଗତକାଲି ୧୦୦ କୋଟି ଡୋଜ୍ ଟୀକାକରଣ ପାର୍ କରିଛି ଦେଶ । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦୦.୫୯ କୋଟି ଭ୍ୟାକ୍ସିନ ଡୋଜ ଦିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts