FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭାରତରେ ୧୮,୯୮୭ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ; ମୃତ୍ୟୁସଂଖ୍ୟା ୨୪୬

ଭାରତରେ ୧୮,୯୮୭ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ; ମୃତ୍ୟୁସଂଖ୍ୟା ୨୪୬

ରାଜ୍ୟରେ ୨୪ଘଣ୍ଟାରେ ୫୨୯ ଆକ୍ରାନ୍ତ ଚିହ୍ନଟ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜିର ଦୈନିକ ସଂକ୍ରମଣ ୧୮ହଜାରରୁ ଯଥେଷ୍ଟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨ଶହରୁ ଅଧିକ ରହିଛି । ଦେଶରେ ୨୪ଘଂଟା ମଧ୍ୟରେ ୧୮,୯୮୭ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୪୬ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୨୦,୭୩୦ରେ ପହଞ୍ଚିଛି।ଗତ ୨୪ ଘଣ୍ଟାରେ ହୋଇଥିବା ୨୨୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୧,୪୩୫ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୦୬,୫୮୬।

Leave a Reply

Your email address will not be published. Required fields are marked *

Related Posts