FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଅକ୍ଟୋବର ରୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟିକାକରଣ

ଅକ୍ଟୋବର ରୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟିକାକରଣ

ଅକ୍ଟୋବର ରୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟିକାକରଣ
SHARE NOW :

ନୂଆଦିଲ୍ଲୀ,୧୮.୯(ଲାଇଭ୍ ଓଡିଶା ନ୍ୟୁଜ୍‌):ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ମିଳିବ ଜାଇଡସ କାଡିଲା ଟିକା। ୧୮ ବର୍ଷରୁ କମ ବୟସ ବର୍ଗରେ ଏହା ହେଉଛି ଦେଶର ପ୍ରଥମ ଟିକା ଏଥିରେ ୧୨ରୁ ୧୭ ବର୍ଷ ବୟସର ପ୍ରାୟ ୧ କୋଟି ପିଲାଙ୍କୁ ଟିକା ଦିଆଯାଇପାରେ ବୋଲି ସୂଚନା ମିଳିଛି । ଟିକା ସମ୍ପର୍କିତ ବିଶେଷଜ୍ଞ କମିଟିର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି ସରକାର । ଗାଇଡଲାଇନ ଆସିବା ପରେ ପିଲାମାନଙ୍କୁ ଟିକା ଦିଆଯିବା ଆରମ୍ଭ କରାଯିବ ।

କୋଭାକ୍ସିନ ପରେ ଏହା ହେଉଛି ଭାରତର ୨ୟ ସ୍ୱଦେଶୀ କରୋନା ଟିକା ।
ଗତ ମାସ ୨୦ରରେ କାଡିଲା ଟିକାକୁ କେନ୍ଦ୍ର ସରକାରଙ୍କ ଔଷଧ ମହାନିୟନ୍ତ୍ରକ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।କାଡିଲାର ଏମଡି ସର୍ବିଲ ପଟେଲ ଙ୍କ କହିବା ଅନୁଯାଇ ବର୍ଷକୁ ୧୦ରୁ ୧୨ କୋଟି ମାତ୍ର ଟିକା ଉତ୍ପାଦନ କରାଯିବ । ସରକାରୀ ନୀତି ଅନୁସାରେ ଉତ୍ପାଦିତ ଟିକାର ବୃହତ ଭାଗ ସରକାରଙ୍କୁ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *

Related Posts