ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତାରେ ରାଜଧାନୀ ବାସୀ
SHARE NOW :
ଦିଲ୍ଲୀ ( ଲାଇଭ ଓଡିଶା ନ୍ୟୁଜ)ବ୍ୟୁରୋ: ଚିନ୍ତାରେ ରାଜଧାନୀ ବାସୀ । ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ଅସ୍ତବ୍ୟସ୍ତ ଜୀବନ । ଶ୍ୱାସ ନେବା ବି ଏବେ ବିପଦ ପାଲଟିଲାଣି । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢିଚାଲୁଛି ବାୟୁ ପ୍ରଦୂଷଣ । ଯାହାକୁ ନେଇ ବ୍ୟତିବ୍ୟସ୍ତ ଦିଲ୍ଲୀ ବାସିନ୍ଦା । ଦୀପାବଳିରେ ବାଣ ଫୁଟାଇବା ପାଇଁ ଦିଲ୍ଲୀ ସରକାର ସଂମ୍ପୁର୍ଣ୍ଣ ରୋକ ଲଗାଇଥିଲେ ମଧ୍ୟ ଏହାକୁ ବେଖାତିର କରିଥିଲେ ରାଜଧାନୀ ବାସୀ । କିନ୍ତୁ ଏଙି ବେଖାତିର ଫଳାଫଳ ଏତେ ଭୟାଭହ ହେବ ତାହା କଳ୍ପନା ମଧ୍ୟ କରିନଥିଲେ । ଏବେ ଅଣାୟତ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ବାୟୁ ଧୂମ୍ରପାନ ବାୟୁ ଠାରୁ ମଧ୍ୟ ଆହୁରି ବିଷାକ୍ତ । ଦିଲ୍ଲୀ ସରକାର ଦୀପାବଳିରେ ବାଣ ଫୁଟାଇବା ଏବଂ ଚାଷୀମାନେ ଚାଷ କାର୍ଯ୍ୟପାଇଁ କୁଟା ଜାଳୁଥିବାରୁ ଏଭଳି ପରିସ୍ଥିତି ହୋଉଛି ବୋଲି ମତ ଦେଉଛନ୍ତି । ଏହି ମନ୍ତବ୍ୟରେ ସୁର୍ପିମକୋଟ ବିଚାରପତି କେନ୍ଦ୍ରକୁ ଦାୟୀ କରିଛନ୍ତି । ଯଦି ସରକାର ଙ୍କ ପକ୍ଷରୁ କଡା ନିୟମରହିଥାନ୍ତା ତେବେ ଏହି ପ୍ରଦୂଷଣ ବ୍ୟାପି ନଥାନ୍ତା । ଦିଲ୍ଲୀ ପ୍ରଦୂଷଣର ୪୦ ପ୍ରତିଶତ ଚାଷୀ କୁଟା ଜାଳିବା ଏବଂ ୬୦ ପ୍ରତିଶତ ଦୀପାବଳିରେ ବାଣ ଫୁଟାଇବା ପାଇଁଁ ଏଭଶି ପରିସ୍ଥିତି ହୋଇଛି । ଦିଲ୍ଲୀ ଏନସିଆରର ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ପାଇଁ ଭିଜିବିଲିଟି ଉପରେ ଏହାର ପ୍ରଭାବ ପଡ଼ିଛି । ପବନରେ ଧୂଆଁର ମୋଟ ଚାଦର ଦେଖାଯାଉଛି । କୁତୁବ ମିନାର, ଲୋଟସ ଟାଓ୍ୱାର ଏବଂ ଅକ୍ଷରଧାମ ମନ୍ଦିରର ପାଖରେ କମ୍ ଭିଜିବିଲିଟି ରେକର୍ଡ କରାଯାଇଛି । ଏଥିସହ ବିଷାକ୍ତ ପବନ ପାଇଁ ସାଧାରଣ ଲୋକ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଜି ଦିଲ୍ଲୀର ଇଛଓ ୩୬୦ ରେକର୍ଡ କରାଯାଇଛି । କିନ୍ତୁ ଦିଲ୍ଲୀର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବାୟୁର ଗୁଣବତ୍ତା ଅଧିକ ରେକର୍ଡ କରାଯାଇଛି । ଦିଲ୍ଲୀର ବଜୀରପୁର ଓ ଜାହାଙ୍ଗୀରପୁରରେ ଆଜି ଇଛଓ ୭୦୦ରୁ ଅଧିକ ରେକର୍ଡ କରାଯାଇଛି । ବାୟୁର ଗୁଣବତ୍ତା ଏବଂ ପାଣିପାଗ ବାଭାଗର ସୂଚନା ଅନୁଯାୟୀ ଯଦି ବାୟୁର ପ୍ରଦୂଷଣ ୩୦୦ ମଧ୍ୟରେ ରହିବ ତେବେ ତାହା ଽଆୟତ କରାଯାଇପାରିବ ଏବଂ ଏହା ସ୍ୱାସ୍ଥ୍ୟ ପ୍ରତି କମ୍ ହାନିକାରକ । କିନ୍ତୁ ବିଗତ କିଛି ଦିନରେ ଦିଲ୍ଲୀର ପ୍ରଦୂଷଣ ୩୫୦ ରୁ ଅଧିକ ରହୁଛି । ଯାହା ସାଧାରଣ ଜନତାଙ୍କୁ ଖୁବ କମ୍ ଦିନରେ ଶ୍ୱାସ ଜନିତ ରୋଗରେ ଆକନ୍ତ ହେବେ । ଏବଂ ଏହା ବୟସ୍କ ଏବଂ ଶିଶୁ ଙ୍କ ପାଇଁ ଅଧିକ କ୍ଷତି କାରକ ହେବେ । ବଢୁଥିବା ପ୍ରଦୂଷଣକୁ ନେଇ ଏବେ ଦିଲ୍ଲୀ ସରକାର ୨ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ୨ ଦିନର ଲକ୍ଡାଉନ୍ରେ କିଛି ମାତ୍ରାରେ ପ୍ରଦୂଷଣ କମିବ ବୋଲି ପରିବେଷବିତ୍ ମାନେ ମତ ଦେଇଛନ୍ତି ।