- Home
- »
- Breaking News
- »
- ବିଷାକ୍ତ ମଦ ପିଇ ମରିଲେଣି ୩୪
ବିଷାକ୍ତ ମଦ ପିଇ ମରିଲେଣି ୩୪

SHARE NOW :
ବିହାର(ଲାଇଭ ଓଡିଶା ନ୍ୟୁଜ): ମଦ କରୁଛି ପାଗଳ । ମଦ ପାଇଁ ଲୋକେ ମାନୁନାହାନ୍ତି ବନ୍ଧବାଡ । ମଦକୁ ବାରଣ ହୋଇଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ମୃତ୍ୟୁର ଶିକାର ହୋଇଛନ୍ତି ବିହାରବାସୀ । ଘଟଣାଟି ଘଟିଛି ବିହାରର ଗୋପାଳଗଂଜ ଓ ପଶ୍ଚିମ ଚଂପାରଣ ଜିଲ୍ଲାରେ । ଅଂଚଳରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୩୪ଜଣଙ୍କ ଜୀବନ ଗଲାଣି । ଗତ ୧୫ଦିନ ଧରି ବିହାରରେ ଘଟଣାଟି ଘଟିଥିବା ବେଳେ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ତେହୁଆ ଗାଁରେ ଗୁରୁବାର ଦିନ ୮ଜଚ୍ଚଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଂଜରେ ୨୬ଜଚ୍ଚଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମଦକୁ ବ୍ୟାନ କରାଯାଇଥିବା ବେଳେ ରାଜ୍ୟରେ ଚୋରା ମଦ ବେପାର ବଢିବାରେ ଲାଗିଛି । ଘଟଣାଟି ଅତି ତୀବ୍ର ରୂପ ଧାରଣ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓ ଚୋରା ମଦ ବେପାରକୁ ରୋକିବାକୁ ଆଦେଶ ଦେଇଛନ୍ତି । ଏହାସହ ମଦ ମୃତ୍ୟୁର ସମୀକ୍ଷା କରିବା ପାଇଁ ଏକ ବୈଠକ ମଧ୍ୟ ଡଳାଇଛନ୍ତି । ଏହି ଘଟଣା ପରେ ପୋଲିସ ପ୍ରଶାସନ ତତ୍ପରତାର ସହ ତଦନ୍ତ ଆରମ୍ଭ କରିଛି । ଓ ଉଭୟ ଜିଲ୍ଲାର ଶତାଧିକ ସ୍ତାନରେ ଚଢାଉ କରିଛି । ଏବଂ ଏହି ମାମଲାରେ ୬୦ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ବିରୋଧୀ ଦଳ ଆରଜେଡି ସରକାରକୁ ଘେରିଛନ୍ତି ।