FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. LIC ଜାରି କଲା ନୂଆ ନିୟମ

LIC ଜାରି କଲା ନୂଆ ନିୟମ

LIC ଜାରି କଲା ନୂଆ ନିୟମ
SHARE NOW :

ନୂଆଦିଲ୍ଲୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ସମସ୍ତ ପଲିସି ହୋଲଡରଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ଏଲଆଇସି । ପଲିସି ସହ ପ୍ୟାନ କାର୍ଡ ଲିଙ୍କ କରିବା ଆବଶ୍ୟକ ବୋଲି ନିଜ ଅଫିସିଆଲ୍ ୱେବସାଇଟରେ ଅବଗତ କରାଇଛି ଏଲଆଇସି ।


ସେହିପରି ଏଲଆଇସି ପଲିସିର ଅନଲାଇନ୍ ଷ୍ଟାଟସ୍ ଜାଣିବାକୁ ହେଲେ, ପ୍ରଥମେ ଆଧିକାରିକ ୱେବସାଇଟ https://www.licindia.in/ କୁ ଯାଇ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ କୌଣସି ପ୍ରକାର ଦେୟ ମଧ୍ୟ ଦେବାକୁ ପଡିବ ନାହିଁ ବୋଲି କମ୍ପାନୀ ତରଫରୁ ସୂଚାଇ ଦିଆଯାଇଛି ।


ପ୍ୟାନ ଓ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ସରକାର ବଢାଇଥିବା ବେଳେ ମାର୍କେଟ୍ ରେଗୁଲେଟର ସେବି ମଧ୍ୟ ନିବେଶକଙ୍କ ପାଇଁ ପ୍ୟାନ ଓ ଆଧାର ଲିଙ୍କ୍ ଘୁଞ୍ଚାଇ ଦେଇଛି । ଯେଉଁମାନେ ପ୍ୟାନ ଓ ଆଧାର ଲିଙ୍କ କରାଇନାହାଁନ୍ତି, ବର୍ତ୍ତମାନ ସେମାନେ ଘରେ ବସି ଅନଲାଇନ ମାଧ୍ୟମରେ ଅପଡେଟ୍ କରାଇପାରିବେ ।

Leave a Reply

Your email address will not be published. Required fields are marked *

Related Posts