FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଫାଇଜର୍ ଉତ୍ପାଦନ ପାଇଁ ୯୫ଟି ଦେଶକୁ ମିଳିଲା ଅନୁମତି

ଫାଇଜର୍ ଉତ୍ପାଦନ ପାଇଁ ୯୫ଟି ଦେଶକୁ ମିଳିଲା ଅନୁମତି

ଫାଇଜର୍ ଉତ୍ପାଦନ ପାଇଁ ୯୫ଟି ଦେଶକୁ ମିଳିଲା ଅନୁମତି
SHARE NOW :

ନୂଆଦିଲ୍ଲୀ (ଲାଇଭଓଡିଶା ବ୍ୟୁରୋ ): କରୋନା କୁ ନେଇ ଆସିଲା ଆଶ୍ୱସ୍ତିକର ଖବର । ଏବେ ବିଶ୍ୱର ୯୫ଟି ଦେଶ ଉତ୍ପାଦନ କରିବେ କରୋନା ଟାବଲେଟ୍ । ବିଶ୍ୱର ୯୫ଟି ଦେଶକୁ ଭାଇଜର୍ ଉପ୍ତାଦନ କରିବା ନେଇ ମିଳିଲା ଅନୁମତି । ଏ ନେଇ ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର ଏବଂ ୟୁନାଇଟେଡ ନେସନର ଗୃପ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ପରେ ଅନ୍ୟ ଔଷଧ ଉତ୍ପାଦନକାରୀ କମ୍ପାନୀ ଫାଇଜରର ବଟିକାର ଉତ୍ପାଦନ କରିପାରିବେ । ଏହା ଦ୍ୱାରା ବିଶ୍ୱର ଅର୍ଦ୍ଧାଧିକ ଲୋକେ କରୋନା ବଟିକା ପାଇପାରିବେ ।
ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ । ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ । ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି ।ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍ । ଏହି କରୋନା ଟାବଲେଟ୍ ମହାମାରୀ କରୋନାକୁ ୮୯ ପ୍ରତିଶତ ଭଲ କରିପାରିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts