FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବଡଦିନ ପରେଡ୍ ଉପରକୁ ମାଡିଗଲା ଲାଲ ଗାଡି, ୪୦ରୁ ଅଧିକ ଆହତ

ବଡଦିନ ପରେଡ୍ ଉପରକୁ ମାଡିଗଲା ଲାଲ ଗାଡି, ୪୦ରୁ ଅଧିକ ଆହତ

ବଡଦିନ ପରେଡ୍ ଉପରକୁ ମାଡିଗଲା ଲାଲ ଗାଡି, ୪୦ରୁ ଅଧିକ ଆହତ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ବଡଦିନ ପରେଡ ସମୟରେ ମାଡିଗଲା ଏକ ସନ୍ଦିଗ୍ଧ କାର୍ । କିଛି ଜଣଙ୍କର ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ୱିଜକନସିନ ପ୍ରଦେଶରେ । ଅପରାହ୍ନ ୪.୩୦ସମୟରେ ବଡଦିନ ପାଇଁ ଆୟୋଜିତ ହୋଇଥିବା ବାର୍ଷିକ ପରେଡ୍‌କୁ ମିଲ୍ୱାଉକି ଉପନଗରୀ ୱାଉକେସାର ଅନେକ ଲୋକ ଦେଖୁଥିଲେ । ୱାଉକେସା ବଡ଼ଦିନ ପରେଡ୍ ଚାଲିଥିବା ବେଳେ ନଗରୀର ମୁଖ୍ୟ ସଡ଼କରେ ପଶ୍ଚିମ ଦିଗକୁ ଯାଉଥିବା ଗୋଟାଏ ଲାଲ୍ ‘ସ୍ପୋର୍ଟସ୍ ୟୁଟିଲିଟି ଭେଇକିଲ୍’ ବାରିକେଡ୍ ଭାଙ୍ଗି ମାଡ଼ି ଆସିଲା। ଗାଡ଼ିଟି ପିଲାଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଧକ୍କା ଦେଇଛି। ଗାଡ଼ି ଚାପାରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି। ଘଟଣା ପାଇଁ ଦାୟୀ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନିଆଯାଇଛି। ଗାଡ଼ିଟିକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ପୁଲିସ କର୍ତ୍ତୃପକ୍ଷମାନେ କହିଛନ୍ତି କି, ମାଡ଼ି ଆସୁଥିବା ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରି ପୁଲିସ ଗୁଳି ମଧ୍ୟ ଚଳାଇଥିଲା କିନ୍ତୁ, ମୃତବ୍ୟକ୍ତମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆ ନ ଯିବା ପର‌୍ୟ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରକାଶ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଗ୍ନିଶମ ମୁଖ୍ୟ ଷ୍ଟଭେନ୍ ହାୱାର୍ଡ ସାମ୍ବାଦିକମାନଙ୍କୁ କହିଛନ୍ତି, ସମୁଦାୟ ୧୧ଜଣ ପ୍ରାପ୍ତ ବୟସ୍କ ଏବଂ ୧୨ଜଣ ପିଲାଙ୍କୁ ୬ଟି ‘ଏରିୟା ହସ୍ପିଟାଲ୍’କୁ ନିଆଯାଇଛି। ତଦନ୍ତ ଚାଲିଥିବାରୁ ଆଜି ଉପନଗରୀର ସ୍କୁଲ୍ ସବୁ ଖୋଲିବ ନାହିଁ। ରାସ୍ତା ମଧ୍ୟ ବନ୍ଦ ରହିବ ବୋଲି ପୁଲିସ ମୁଖ୍ୟ ଟମ୍ସନ୍ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts