FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମୁମ୍ବାଇର ୬୦ମହଲା ବିଶ୍‌ିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇର ୬୦ମହଲା ବିଶ୍‌ିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇର ୬୦ମହଲା ବିଶ୍‌ିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ୬୦ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ । ଦକ୍ଷିଣ ମୁମ୍ବାଇର ଲାଲବାଗ ଅନ୍ତର୍ଗତ ଅବିଘ୍ନ ପାର୍କ ସୋସାଇଟିରେ ଲାଗିଛି ନିଆଁ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନ ୧୨ଟା ବେଳେ ଏହି ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛନ୍ତି । ନିଆଁ ଗ୍ରାସ କରିଥିବା ୧୯ ମହଲାରୁ ଜଣେ ବ୍ୟକ୍ତି ଖସି ପଡୁଥିବା ଦୃଶ୍ୟ ଭିଡିଓ ଚିତ୍ରରୁ ଦେଖାଯାଉଛି। ଭୀଷଣ ଅଗ୍ନିକାଣ୍ଡରୁ ଉପରକୁ ଉଠୁଥିବା ବହଳ କଳା ଧୂଆଁ ମାଇଲ୍ ମାଇଲ୍ ଦୂରକୁ ଦେଖାଯାଉଛି। \’କେଇଏମ୍ ହସ୍ପିଟାଲ୍\’ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, ମୃତବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ଅରୁଣ ତିଓ୍ଵାରି। ତାଙ୍କୁ ଦିନ ୧୨.୪୫ରେ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଉଦ୍ଧାର କାର‌୍ୟ୍ୟ ତଦାରଖ ନିମନ୍ତେ ମୁମ୍ବାଇ ମେୟର୍ କିଶୋରୀ ପେଦ୍ନେକର୍, ଅଗ୍ନିଶମ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମେୟର୍ ପେଦ୍ନେକର୍ କହିଛନ୍ତି, ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାର ଅଭିଯାନ ଚାଲୁ ରହିଛି।

Leave a Reply

Your email address will not be published. Required fields are marked *

Related Posts