FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କୋର୍ଟ ପରିସରରେ ଓକିଲଙ୍କ ଉପରକୁ ଗୁଳିମାଡ

କୋର୍ଟ ପରିସରରେ ଓକିଲଙ୍କ ଉପରକୁ ଗୁଳିମାଡ

କୋର୍ଟ ପରିସରରେ ଓକିଲଙ୍କ ଉପରକୁ ଗୁଳିମାଡ
SHARE NOW :

ଲକ୍ଷ୍ନୌ:(ଲାଇଭ ଓଡିଶା ନ୍ୟୁଜ) ନ୍ୟାୟର ବିଚାର ହେଉଥିବା ସ୍ଥଳରେ ହେଲା ଅନ୍ୟାୟ । କୋର୍ଟ ପରିସରରେ ନ୍ୟାୟ ଦାତାଙ୍କ ଉପରକୁ ହେଲା ଆଖିବୁଜା ଗୁଳିମାଡ । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହଜହାଁପୁରର ଜିଲ୍ଲା କୋର୍ଟରେ । ଗୁଳିମାଡ ପରେ ଘଟଣା ସ୍ଥଳରେ ହିଁ ଓକିଲ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତ ଓକିଲ ଜଣଙ୍କ ହେଉଛନ୍ତି ଭୁପେନ୍ଦ୍ର ସିଂହ ।


ସୂଚନା ଅନୁଯାୟୀ, ଆଜି କୋର୍ଟ ଭିତରେ ଥିବା ରେକର୍ଡ ରୁମକୁ କୈାଣସି କାମରେ ଯାଇଥିଲେ ଭୁପେନ୍ଦ୍ର । ହଠାତ୍ ସେହି ସମୟରେ ତାଙ୍କ ଦେହରେ ବାଜିଥିଲା ଗୁଳି । ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ, ଅନ୍ୟମାନଙ୍କୁ ନ୍ୟାୟ ଦେଉଥିବା ନ୍ୟାୟଦାତା ଭୁପେନ୍ଦ୍ର । ଏହି ଘଟଣାଟି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ହୋଇଥିବା ଜଣାପଡିଛି । ଅଭିଯୁକ୍ତମାନେ କୋର୍ଟର ତୃତୀୟ ମହଲାରେ ପହଞ୍ଚି ଗୁଳିକରି ଓକିଲଙ୍କୁ ହତ୍ୟା କରିଥିଲେ । ଗୁଳି ଶବ୍ଦ ଶୁଣି କୋର୍ଟ ପରିସରରେ ଥିବା ଅନ୍ୟ ଓକିଲମାନେ ସେଠାରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ ଦେହ ନିକଟରୁ ଏକ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି । ପୋଲିସ କହିବା ମୁତାବକ ଘଟଣା ସମୟରେ ତାଙ୍କ ପାଖରେ ଅନ୍ୟ କୈାଣସି ବ୍ୟକ୍ତି ଦେଖାଯାଇ ନଥିଲେ । ପୋଲିସ ଓ ଫରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *

Related Posts