- Home
- »
- Breaking News
- »
- ଜମ୍ମୁକଶ୍ମୀରରେ ଖାଇକୁ ଖସିଲା ମିନି ବସ, ୧୦ମୃତ
ଜମ୍ମୁକଶ୍ମୀରରେ ଖାଇକୁ ଖସିଲା ମିନି ବସ, ୧୦ମୃତ

SHARE NOW :
ଜମ୍ମୁକଶ୍ମୀର(ଲାଇଭ ଓଡିଶା ନ୍ୟୁଜ): ଖାଇକୁ ଖସିପଡିଲା ଏକ ମିନି ବସ୍ । ଦୁର୍ଘଟଣାରେ ଚାଲିଗଲା ୧୦ ଜଣଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ଜମ୍ମୁକଶ୍ମୀରର ଡୋଡା ଠାରେ । ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସର ସହିତ ଅନେକ ସଂଖ୍ୟାରେ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ଉଦ୍ଧାର କାର୍ୟ୍ୟରେ ସୁରକ୍ଷା ବାହିନୀକୁ ସାହାଯ୍ୟ କରୁଛନ୍ତି । ଜମ୍ମୁକଶ୍ମୀର ଥଠରୀରେ ହୋଇଥିବା ସଡ଼କ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ଆହତମାନଙ୍କୁ ୫୦ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି।