FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୭୪ବର୍ଷରେ ଗାଈକୁ ବିବାହ କଲେ ମହିଳା, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୭୪ବର୍ଷରେ ଗାଈକୁ ବିବାହ କଲେ ମହିଳା, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

୭୪ବର୍ଷରେ ଗାଈକୁ ବିବାହ କଲେ ମହିଳା, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ
SHARE NOW :

ଲାଇଭ ଓଡିଶା ନ୍ୟୁଜ: କାମ୍ବୋଡିଆ ଏମିତି ଏକ ଦେଶ ଯେଉଁଠାରେ ଆଜି ମଧ୍ୟ କିଛି ଲୋକ ଧର୍ମ, ପରମ୍ପରା ଓ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ଏମିତି ଏକ ଅନ୍ଧବିଶ୍ୱାସର କାହାଣୀ ସାମ୍ନାକୁ ଆସିଛି । କାମ୍ବୋଡିଆରେ ଜଣେ ୭୪ବର୍ଷୀୟ ମହିଳା ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ବିବାହ କୋଉ ବ୍ୟକ୍ତିଙ୍କୁ କରିନଥିବା ବେଳେ ଜଣେ ଗାଈକୁ ବିବାହ କରିଛନ୍ତି । ହଁ ଆଜ୍ଞା ଖିମ ହାଙ୍ଗ ନାମକ ଏହି ବୃଦ୍ଧା ଜଣଙ୍କ ଗାଈକୁ ବିବାହ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀ ପୁଣିଥରେ ଗାଈ ଭାବରେ ପୁର୍ନଜନ୍ମ ନେଇଛନ୍ତି ବୋଲି ସେ ଦାବି କରୁଛନ୍ତି । ଏଥିପାଇଁ ସେ ଗାଈଟିକୁ ବାହା ହୋଇଛନ୍ତି । ଏନେଇ ଖିମ ହାଙ୍ଗ କହିଛନ୍ତିଯେ, ଗାଈଟି ସବୁବେଳେ ତାଙ୍କୁ ଗେଲ କରେ । ଏମିତିକି ତାଙ୍କ ପାଖକୁ ଆସିବା ପାଇଁ ଶିଡ଼ି ବି ଚଢ଼ିଯାଏ । ଗାଈର ଏଭଳି ବ୍ୟବହାର ତାଙ୍କ ପତିଙ୍କ କଥା ମନେ ପକାଇଦିଏ । ତାଙ୍କ ସ୍ୱାମୀ ଗାଈ ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ଖିମହାଙ୍ଗ କହିଛନ୍ତି । ଖିମ ସବୁବେଳେ ଗାଈକୁ ନିଜ ପାଖେପାଖେ ରଖୁଥିବା ଦେଖିବାକୁ ମିଳୁଛି । ଗାଈ ପାଇଁ ସେ ତକିଆ ଓ ଚାଦର ବି ବିଛାଇ ଦିଅନ୍ତି । ଖାଲି ସେତିକିନୁହେଁ ଏହି ଗାଈ ହେଉଛି ସେମାନଙ୍କ ବାପା ବୋଲି ସେ ନିଜ ପିଲାମାନଙ୍କୁ କହିଛନ୍ତି । ସେ ମରିବା ପରେ ଗାଈର ସମସ୍ତେ ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts