FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଡ୍ରେନ ପାଇପରୁ ବାହାରୁଛି ଅନଲିମିଟେଡ ଖଡଖଡିଆ ଗାନ୍ଧୀ ନୋଟ୍‌

ଡ୍ରେନ ପାଇପରୁ ବାହାରୁଛି ଅନଲିମିଟେଡ ଖଡଖଡିଆ ଗାନ୍ଧୀ ନୋଟ୍‌

ଡ୍ରେନ ପାଇପରୁ ବାହାରୁଛି ଅନଲିମିଟେଡ ଖଡଖଡିଆ ଗାନ୍ଧୀ ନୋଟ୍‌
SHARE NOW :

କର୍ଣ୍ଣାଟକ(ଲାଇଭ ଓଡିଶା ନ୍ୟୁଜ): ଡ୍ରେନ ପାଇପ ପାଲଟିଛିି ଏଟିଏମ୍ ମେସିନ୍ । ସେଥିରୁ ବାହାରୁଛି ପୁଳା ପୁଳା ଟଙ୍କା । ହଜାରେ କି ଦୁଇହଜାରେ ନୁହେଁ ବାହାରିଛି ୧୩ଲକ୍ଷ ଟଙ୍କା । ଆଜି ଆମେ ଆପଣମାନଙ୍କୁ ଏମିତି ଗୋଟିଏ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣମାନେ ମଧ୍ୟ ନିଜ ଘରର ଡ୍ରେନ ପାଇପକୁ ଗୋଟିଏ ଥର ନଜର ପକାଇବାକୁ ଚାହିଁବେ । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ଏସିବି କୁଲବର୍ଗୀର ଗଣେ ପୂ୍‌ର୍ତ୍ତ ବିଭାଗର ଜୁନିୟର ଇଂଜିନିୟରଙ୍କ ଘରେ । ପ୍ରକୃତରେ କଥା ହେଉଛିକି, ଡ୍ରେନ ପାଇପଟି ଏଟିଏମ ମେସିନ ନଥିଲା ସେତ ଥିଲା ଏକ ଡ୍ରେନ ପାଇବ । କିନ୍ତୁ ଇଂଜିନିୟର ବାବୁ ଜଣକ ପାଇପଟିକୁ ବନାଇଦେଇଥିଲେ କଳାଧନର ସୁଡଙ୍ଗ । ତାଙ୍କ ଘରେ ରେଡ ସମୟରେ ଅଧିକାରୀମାନଙ୍କୁ ଭୁଆଁ ବୁଲାଇ ଏଭଳି କାଣ୍ଡ ଘଟାଇଥିଲେ । ସୂଚନା ଅନୁଯାୟୀ, କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋ(ଏସିବି) ରାଜ୍ୟର ୬୮ ସ୍ଥାନରେ ଏବଂ ୧୫ ସରକାରୀଙ୍କ ବାବୁଙ୍କ ଉପରେ ରେଡ୍ କରିଛି ଏହି କ୍ରମରେ ପୂର୍ତ୍ତବିଭାଗ ଜୁନିୟର ଇଞ୍ଜିନିୟର ମହେଶ ମେଘନାବରଙ୍କ ଘରେ ମଧ୍ୟ ରେଡ କରାଯାଇଥିଲା । ଏବଂ ଏହି ସମୟରେ କର୍ଣ୍ଣାଟକ ଆଣ୍ଟି କରପସନ ବ୍ୟୁରୋ(ଏସିବି) ତାଙ୍କ ଘରେ ରେଡ କରିଥିଲା । ରେଡ ସମୟରେ ତାଙ୍କ ଘରୁ ୫୪ ଲକ୍ଷ ଟଙ୍କା ଜବତ କରାଯାଇଛି । ସେଥିରୁ ୧୩ ଲକ୍ଷ ଟଙ୍କା ଡ୍ରେନେଜ ପାଇପରୁ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts