- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦିନକୁ ଦିନ ବଢି ଚାଲିଛି ପେଟ୍ରୋଲ-ଡିଜେଲ ଦର । ମହଙ୍ଗା ମାଡରେ ହନ୍ତସନ୍ତ ହେଲେଣି ସାଧାରଣ ଜନତା । ବର୍ଦ୍ଧିତ ତୌଳଦରକୁ ନେଇ ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୪୬ ପଇସା ହୋଇଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୯୭ ପଇସା ହୋଇଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ୧୨ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ହୋଇଛି।
ଆମ ରାଜ୍ୟ ରାଜଧାନୀରେ ମଧ୍ୟ ବୃଦ୍ଦି ପାଇଛି ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ୍ ୧୦୪ ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଛି । କଟକରେ ମଧ୍ୟ ପେଟ୍ରୋଲ ଲିଟର ୧୦୮ ଟଙ୍କା ୫୧ ପଇସା ଏବଂ ଡିଜେଲ୍ ଦର ଲିଟର ପ୍ରତି ୧୦୫.୮୨ ଟଙ୍କାରେ ବିକ୍ରି ହେଉଛି।