କେରଳ: ଲଗାଣ ବର୍ଷା ନେଉଛି ଜୀବନ, ଜାରି ହେଲା ଆଲର୍ଟ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେରଳରେ ଏବେ ବର୍ଷା ଯୋଗୁ ଯାଉଛି ଜୀବନ । ଅଦିନିଆ ବର୍ଷାରେ କେରଳରେ ଭୁସ୍ଖଳନ ହେବା ହେତୁ ମାଟି ଅତଡା ଖସି ଅନେକ ଘର ମାଟିରେ ମିଶିଯାଇଛି । ଏହା ଫଳରେ ଏ ପର୍ଯ୍ୟନ୍ତ ୨୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟି ଆଗରେ ରଖି କେରଳରେ ୧୨ଟି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି ।
ପ୍ରବଳ ବର୍ଷା ହେତୁ ଉତ୍ତର ଭାରତର ପାହାଡି ଇଲାକା ଗୁଡିକ ପାଇଁ ଆଲର୍ଟ ଜାରି କରିବା ସହିତ ଏହି ସମୟରେ ଏଠାରେ ଭୂସ୍ଖଳନ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ରାଜଧାନୀ ଦିଲ୍ଲୀ, ଓଡିଶା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିଆଣାରେ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହଯାଇଛି ।