FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଅମିତ ଖେର ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ଅମିତ ଖେର ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନିଯୁକ୍ତ ହେଲେ ନୂଆ ପରାମର୍ଶଦାତା । ପୂର୍ବତନ ଆଇଏଏସ ଅମିତ ଖେରଙ୍କୁ ୨ବର୍ଷ ପାଇଁ ମୋଦିଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିବା କର୍ମଚାରୀ ମନ୍ତ୍ରାଳୟରୁ ସୂଚନା ମିଳିଛି । ୧୯୮୫ବ୍ୟାଚ ଅଫିସର ଝାଡଖଣ୍ଡ କ୍ୟାଡରର ଆଇଏସ ଅଧିକାରୀ ଶ୍ରୀ ଖେର ସେପ୍ଟେମ୍ବର ୩୦ରେ ନିଜର କାର୍ଯ୍ୟକାଳ ପୂରଣ କରିଥିଲେ । ଚୁକ୍ତି ଆଧାରରେ ଭାରତ ସରକାରଙ୍କ ସଚିବ ପଦବୀରେ ଏବଂ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ପରାମର୍ଶଦାତା ଭାବରେ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି। ସେ ଡିସେମ୍ବର ୨୦୧୯ ରେ ଶିକ୍ଷା ମନ୍ତ୍ରଣାଳୟ (ଉଚ୍ଚଶିକ୍ଷା ବିଭାଗ) ର ସଚିବ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅଧୀନରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ୨୯ ଜୁଲାଇ ୨୦୨୦ ରେ କ୍ୟାବିନେଟ୍ ଅନୁମୋଦନ କରିଥିଲା।

Leave a Reply

Your email address will not be published. Required fields are marked *

Related Posts