FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. କରୋନା ପାଇଁ ଆସୁଛି ଆଡିସନାଲ୍ ଡୋଜ୍

କରୋନା ପାଇଁ ଆସୁଛି ଆଡିସନାଲ୍ ଡୋଜ୍

କରୋନା ପାଇଁ ଆସୁଛି ଆଡିସନାଲ୍ ଡୋଜ୍
SHARE NOW :

ନୂଆଦିଲ୍ଲୀ(ଲାଇଭଓଡିଶା ବ୍ୟୁରୋ ): ଭାରତକୁ ଆସୁଛି କରୋନା ତୃତୀୟ ଡୋଜ୍ । ଆସନ୍ତା ସପ୍ତାହରେ ଏନେଇ ହେବ ଆଲୋଚନା । କେନ୍ଦ୍ରର ବରିଷ୍ଠ ଅଧିକାରୀ ମାନେ ଏହି ଆଲୋଚନା ଚକ୍ରରେ ଯୋଗଦେଇ ଏହାର ନିଷ୍ପତି ନେବେ । ଯାହାକୁ ବୋଷ୍ଟର ଡୋଜ ନୁହେଁ ବରଂ କୁହାଯିବ ଆଡିସନାଲ୍ ବା ଅତିରିକ୍ତ ଡୋଜ୍ । ଏଥିପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ ହେବ । କରୋନାର ଦୁଇଟି ଯାକ ଡୋଜ ନେବାର କିଛି ମାସ ପରେ ତୃତୀୟ ଡୋଜ ଦିଆଯିବ । ସମ୍ପୂର୍ଣ୍ଣ ସୁସ୍ଥ ଲୋକ ମଧ୍ୟ ଏହି ଟିକା ନେବେ ।ଅକ୍ଟୋବର ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ତୃତୀୟ ଡୋଜ୍ ଦେବାକୁ ବିଭିନ୍ନ ଦେଶକୁ ଅପିଲ୍ କରାଯାଇଥିଲା । ସରକାର ଚାହିଁଲେ ତୃତୀୟ ଡୋଜ୍ ଦେଇ ଲୋକଙ୍କୁ ସୁରକ୍ଷିତ କରିପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । ଭାରତରେ ୧୧୫ କୋଟିରୁ ଅଧିକ ଲୋକ ଟିକା ନେଇଥିବା ବେଳେ ୭୫ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍ ଏବଂ ୩୮ ଲକ୍ଷରୁ ଅଧିକ ଲୋକ ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts