- Home
- »
- Breaking News
- »
- ପୁଣି ଅଚଳ ଫେସବୁକ : କ୍ଷମା ମାଗିଲା କମ୍ପାନୀ
ପୁଣି ଅଚଳ ଫେସବୁକ : କ୍ଷମା ମାଗିଲା କମ୍ପାନୀ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ):ପୁଣି ଅଚଳ ହୋଇଯାଇଥିଲା ଫେସବୁକ । ଏନେଇ କ୍ଷମା ମାଗିଲା ଫେସବୁକ । ୨ଦିନ ମଧ୍ୟରେ ଏହା ଦ୍ୱିତୀୟଥର ହୋଇଥିବା ବେଳେ ଲୋକଙ୍କୁ ସେବା ଯୋଗାଇବାରେ ଫେଲ ମରିଥିବା ବେଳେ ଉପଭୋକ୍ତାମାନଙ୍କୁ କ୍ଷମା ମାଗିଛି ଫେସବୁକ । କମ୍ପାନୀ ମାଲିକଙ୍କ କହିବାନୁଯାୟୀ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମ,ଇନଷ୍ଟାଗ୍ରାମ,ମେଦେଞ୍ଜର ଏହାଦ୍ୱାରା ପ୍ରଭାବିତ ହୋଇଥିଲା । ଏହାପୂର୍ବରୁ ଚଳିତ ସପ୍ତାହରେ ହିଁ ଫେସବୁକ ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ଫେସବୁକ ଦୀର୍ଘ ୭ ଘଣ୍ଟା ପାଇଁ ଅଚଳ ହୋଇ ଯାଇଥିଲା। ଏଥିପାଇଁ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ରିପୋର୍ଟରେ କୁହାଯାଇଛି ଯେ “ଗତ ଦୁଇ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛି। ଏଥିରେ କୁହାଯାଇଛି ଯେ ଆମେ ଏହି ସମସ୍ୟାର ସମାଧାନ କରିଛୁ ଏବଂ ବର୍ତ୍ତମାନ ସବୁକିଛି ସ୍ୱାଭାବିକ ହୋଇଯାଇଛି।”