- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍ ଚିହ୍ନଟ
କରୋନାର ଆଉ ଏକ ନୂଆ ଭାରିଏଣ୍ଟ୍ ଚିହ୍ନଟ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟାବହତା କମି କମି ଆସୁଛି । ଏହା ଭିତରେ କରୋନାର ଏକ ନୂଆ ଭ୍ୟାରିଏଣ୍ଟ ଚିହ୍ନଟକୁ ନେଇ ବଢିଛି ଆଶଙ୍କା । ମହାରାଷ୍ଟ୍ରରେ କରୋନାର ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । ଯାହାକୁ ନେଇ ଏବେ ପୂରା ଦେଶରେ ସଂକ୍ରମଣ ବଢିବାକୁ ନେଇ ଆଶଙ୍କା କରାଯାଉଛି ।
ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣର ହାର ଉପରତଳ ମୁହାଁ ରହିଥିବା ବେଳେ ମହାରାଷ୍ଟ୍ରର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ଏବେ ଏହି ନୂଆ ଭାରିଏଣ୍ଟକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଓଡିଶାରେ ସେଭଳି ସ୍ଥିତି ନଥିବା ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି ।
ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ପର୍ୟ୍ୟାୟ ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ହ୍ରାସ ପାଇବ । ଏବଂ ଏହି ସମୟରେ ସାମନ୍ୟ ମାତ୍ର ଅବହେଳା ବି ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ବୋଲି କହିଛନ୍ତି ଡିଏମଇଟି ସିବିକେ ମାହାନ୍ତି ।