FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ତାମିଲନାଡୁରେ ସେନା ଚପର୍ କ୍ରାସ୍ ,୪ ମୃତ

ତାମିଲନାଡୁରେ ସେନା ଚପର୍ କ୍ରାସ୍ ,୪ ମୃତ

ତାମିଲନାଡୁରେ ସେନା ଚପର୍ କ୍ରାସ୍ ,୪ ମୃତ
SHARE NOW :

ତାମିଲନାଡୁ (ଲାଇଭ ଓଡିଶା ବ୍ୟୁରୋ): ତାମିଲନାଡୁ କନ୍ନୁର ରେ ସେନା ହେଲିକାପ୍ଟର ଦୁର୍ଘଟଣା । । ଦୁର୍ଘଟଣା ଗ୍ରସ୍ଥ ହେଲିକାପ୍ଟର ୧୪ ଜଣ ସେନା ଥିବା ଜଣାପଡିଛି । ଏହି ଦିର୍ଘଟଣାରେ ୩ ଜଣ ଗୁରୁତର ହେଇଥିବା ସୂଚନା । ଏବଂ ଏହାସହ ଏହି ଦୁର୍ଘଟଣା ରେ ସିଡିଏସ୍ ବିପିନ୍ନ ରାୱତ ଓ ତାଙ୍କ ପତ୍ନି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଥିବା ନେଇ ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ତେବେ ପାଗ ଖରାପ ହୋଇଥିବାରୁ ଏହିୁ ଦୁର୍ଘଟଣା ଘଟିଥିବାର ସୂଟନା ମିଳିଛି । ତେବେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଯାଇନାହିଁ । ତଦନ୍ତ ପରେ ଅଧିକ ଖବର ଜଣାପଡିବା । ଆହତଙ୍କୁ ବେଲିଂଟନ୍ ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କାହାର ମୃତ୍ୟୁ ହୋଇଛି ତାହାର ସୂଚନା ଭାରତୀୟ ସେନା ପକ୍ଷରୁ କିମ୍ବା ସରକାରଙ୍କ ତରଫରୁ ମିଳିପାରିନାହିଁ । ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ , ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନସ୍ ନାୟକ ବି ସାଇତେଜା ଏବଂ ହାବିଲଦାର ସତପାଲ୍ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *

Related Posts