FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଜି ମା ଗୌରୀଙ୍କ ପାଖକୁ ଫେରିବେ ଆର୍ଯ୍ୟନ୍ ଖାନ୍‌

ଆଜି ମା ଗୌରୀଙ୍କ ପାଖକୁ ଫେରିବେ ଆର୍ଯ୍ୟନ୍ ଖାନ୍‌

ଆଜି ମା ଗୌରୀଙ୍କ ପାଖକୁ ଫେରିବେ ଆର୍ଯ୍ୟନ୍ ଖାନ୍‌
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଆଜି ମନ୍ନତ ଫେରିବେ ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ୍ ଖାଁ । ଗତକାଲି କୋର୍ଟରେ ଜାମିନକୁ ନେଇ ସମସ୍ତ କାଗଜପତ୍ରର କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ କିଛି କାରଣବଶତଃ ସେ ଜେଲରୁ ମୁକୁଳି ପାରନଥିଲେ । କୋର୍ଟରେ କାଗଜପତ୍ର କାମ ଶେଷ ହେବା ପରେ ଆର୍ଥର ରୋଡ୍ କାରାଗାରରେ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ମେମୋ ଦାଖଲ କରାଯିବାର ଥିଲା କିନ୍ତୁ ଏହା ସମ୍ଭବ ନ ହେବାରୁ ଆର‌୍ୟ୍ୟନ୍ ଘରକୁ ଫେରି ପାରିନାହାନ୍ତି । ଅଭିନେତା ଶାହରୁଖ ଖାଁ ଆର‌୍ୟ୍ୟନ୍ଙ୍କୁ ଘରକୁ ଆଣିବା ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲେ ମଧ୍ୟ ସଫଳ ହୋଇପାରି ନାହାନ୍ତି। ଏଥିପାଇଁ ତାଙ୍କୁ ଶନିବାର ସକାଳ ପର‌୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିଛି। ଗୁରୁବାର ବମ୍ବେ ଉଚ୍ଚ ନ୍ୟାୟାଳୟରେ ଆର‌୍ୟ୍ୟନ୍, ତାଙ୍କ ବନ୍ଧୁ ଅର୍ବାଜ୍ ମର୍ଚ୍ଚାଣ୍ଟ ଏବଂ ମଡେଲ ମୁନ୍ମୁନ୍ ଧମେଚାଙ୍କୁ ଜାମିନ ପ୍ରଦାନ କରିଥିଲେ କିନ୍ତୁ ଏହାର ସର୍ତ୍ତାଳବୀ ଧାର‌୍ୟ୍ୟ କରି ନ ଥିଲେ। ଶୁକ୍ରବାର ଏହି ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିଥିଲା। ନ୍ୟାୟାଳୟ ଆର‌୍ୟ୍ୟନ୍ଙ୍କ ମୁକ୍ତି ପାଇଁ ୧୪ଟି ସର୍ତ୍ତ ଧାର‌୍ୟ୍ୟ କରିବା ପରେ ସେହି ଅନୁସାରେ ଅଭିନେତ୍ରୀ ଜୁହି ଚାୱଲା ଜାମିନଦାର ଭାବେ ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏନ୍ଡିପିଏସ୍ ଅଦାଲତରେ ଜିମା କରିଥିଲେ। ଆର‌୍ୟ୍ୟନ୍ଙ୍କ ଓକିଲ ଉଚ୍ଚ ନ୍ୟାୟାଳୟରୁ ପ୍ରମାଣିକ ଜାମିନ ଆଦେଶ ନେଇ ଏନ୍ଡିପିଏସ୍ ଅଦାଲତରେ ଉପସ୍ଥାପନ କରିଥିଲେ କିନ୍ତୁ ସମସ୍ତ ଯାଞ୍ଚ ପରେ ମୁକ୍ତି ନିର୍ଦେଶ ପ୍ରଦାନରେ ବିଳମ୍ବ ଘଟିବାରୁ ଆର‌୍ୟ୍ୟନ୍ଙ୍କୁ ଆଉ ଗୋଟିଏ ରାତି କାରାଗାରରେ ବିତାଇବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *

Related Posts