FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପତି, ମିଳିବ ୧୫ ଲକ୍ଷ ଟଙ୍କା

ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପତି, ମିଳିବ ୧୫ ଲକ୍ଷ ଟଙ୍କା

ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପତି, ମିଳିବ ୧୫ ଲକ୍ଷ ଟଙ୍କା
SHARE NOW :

ଆସାମ(ଲାଇଭ ଓଡିଶା ନ୍ୟୁଜ): ଅନ୍ୟ ଜାତିକୁ ବାହାହେଲେ ମିଳିବ ୧୫ଲକ୍ଷ ଟଙ୍କା । ଆଜ୍ଞା ହଁ ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ସରକାର ନେଇଛନ୍ତି ଏ ବଡ ନିଷ୍ପତି । ଯଦି ଆପଣ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ କରୁଛନ୍ତି ତାହାଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏଣିକି ଆସାମରେ ଅନ୍ୟ ଜାତିରେ ବିବାହ କଲେ ସରକାର ଦେବେ ଏହି ଫାଇଦା । ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର । ଆଉ ଏହି ଟଙ୍କା ବ୍ୟବସାୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଭିନ୍ନ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ଆସାମ ସରକାର। ଇଣ୍ଟର କାଷ୍ଟ ମ୍ୟାରେଜ ଯୋଜନା ଅଧୀନରେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ବିବାହ ପରେ ଦମ୍ପତ୍ତିଙ୍କୁ ଇଣ୍ଟର କାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ୧୦ହଜାରରୁ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରାଯିବ ବୋଲି କହିଛନ୍ତି ଅନୁସୂଚିତ ଜାତି-ଜନଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ । ତେବେ ଏହି ଯୋଜନା ପାଇଁ ଦମ୍ପତ୍ତିଙ୍କ ନିମନ୍ତେ କିଛି ସର୍ତ୍ତ ରଖାଯାଇଛି । ଏପ୍ରିଲ ୨୦୧୯ରୁ ମାର୍ଚ୍ଚ୨୦୨୧ ମଧ୍ୟରେ ବିବାହ କରିଥିବା ଦମ୍ପତିଙ୍କୁ ଏହି ଟଙ୍କା ମିଳିବ। ଏଥିପାଇଁ ବାର୍ଷିକ ଆୟ ୫ଲକ୍ଷରୁ ଅଧିକ ନହୋଇଥିବା ଆବଶ୍ୟକ।ଅନ୍ୟପଟେ ସ୍ୱାମୀ ସ୍ତ୍ରୀଙ୍କୁ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ଏବଂ ଅନ୍ୟଜଣେ ସବର୍ଣ୍ଣ ଜାତିର ହେବା ଆବଶ୍ୟକ। ଏହିସର୍ତ୍ତ ପୂରଣ ନହେଲେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ। ବିଜ୍ଞାନଯୁଗରେବି ଆଜି ଜାତିପ୍ରଥାର ବିଶ୍ୱାସରହିଛି, ଅନରକିଲିଂଚାଲିଛି।ପ୍ରେମ ପାଇଁ ଅକାଳରେ ଯୁବକଯୁବତୀଙ୍କ ଜୀବନ ଚାଲିଯାଇଛି। ତେବେ ଏଭଳି କୁପ୍ରଥାକୁ ମୂଳପୋଛ କରିବାକୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଜନା ସମନ୍ୱୟ, ସକରାତ୍ମକ ମାନସିକତା ଏବଂ ସାମାଜିକ ଦୂରତ୍ୱ ଭାବନାକୁ ଉତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Related Posts