FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର

ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର

ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର
SHARE NOW :


ନୂଆଦିଲ୍ଲୀ (ଲାଇଭ୍ ଓଡିଶା ନ୍ୟୁଜ୍‌): ଭାରତୀୟ ବୀରଙ୍କୁ ମିଳିଲା ବୀର ଚକ୍ର ପୁରସ୍କାର । ଜାତୀୟ ସାହସିକତା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବାଲାକୋଟ ହିରୋ । ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଜାତୀୟ ସାହସିକତା ପୁରସ୍କାର ପ୍ରଦାନ ସମାରୋହ । ବିଭିନ୍ନ ପରିସ୍ଥିତିରେ ସାହସିକତାର ସହ ମୁକାବିଲା କରିଥିବା ଭାରତୀୟଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ନିଜ ଧୈର୍ଯ୍ୟ, ସାହସ ଓ ପରାକ୍ରମରେ ପରିଚୟ ସୃଷ୍ଟି କରିଥିବା ଅଭିନନ୍ଦନ ୱର୍ଥମାନ ୨୦୧୯ରେ ପାକିସ୍ତାନର ଯୁଦ୍ଧବିମାନ F-16 କୁ ନଷ୍ଟ କରିଥିଲେ । ମିଗ୍-୨୧ରେ ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିଲେ । ଏହାପରେ ସେ ପିଓକେରେ ପହଞ୍ଚି ଯାଇଥିବାରୁ ପାକିସ୍ତାନୀ ସନୋ ତାଙ୍କୁ ଗିରଫ କରିନେଇଥିଲା । ପ୍ରାୟ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ତାଙ୍କ ବୀରତ୍ୱ ଓ ଦେଶଭକ୍ତିକୁ ପୁରା ଦେଶ ସଲ୍ୟୁଟ କରୁଥିବା ବେଳେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।
ଏହା ସହ ସମାରୋହରେ ଓଡ଼ିଆ ବାୟୁସନୋ ଅଧିକାରୀ ସମ୍ମାନିତ ହୋଇଛନ୍ତି । ବାୟୁସେନାର ଭାଇସ୍ ମାର୍ସାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମଡେଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ମାର୍ସଲ ହରଜିତ ସିଂ ଆରୋଡାଙ୍କୁ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ପାକିସ୍ତାନ ବାୟୁସନୋର ବିମାନ ଆକ୍ରମଣକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନଙ୍କ ୟୁନିଟ୍ ୫୧ ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନିତ କରାଯାଇଛି

Leave a Reply

Your email address will not be published. Required fields are marked *

Related Posts