- Home
- »
- Breaking News
- »
- ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବୁଲ ସୁପ୍ରିୟୋ
ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବାବୁଲ ସୁପ୍ରିୟୋ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆନୁଷ୍ଠାନିକ ଭାବେ ବିଜେପି ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବାବୁଲ ସୁପ୍ରିୟୋ । ଆଜି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଗଣମାଧ୍ୟମ ସହ କଥା ହେବାବେଳେ ଭାବପ୍ରବଣ ହୋଇପଡିଥିଲେ। ସେ କହିଛନ୍ତି, \’ମୁଁ ମୋର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ କରିଛି । ମୁଁ ପ୍ରଧାନମନ୍ତ୍ରୀ, ଦଳର ଅଧ୍ୟକ୍ଷ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି। ସେମାନେ ମୋ ଉପରେ ଭରସା କରିଥିଲେ ଜ୍ଝ ମୁଁ ହୃଦୟରୁ ରାଜନୀତି ଛାଡିଥିଲି। ମୁଁ ଭାବିଲି ଯେ ଯଦି ମୁଁ ଦଳର କୌଣସି ଅଂଶ ନୁହେଁ, ତେବେ ମୁଁ ନିଜ ପାଇଁ କୌଣସି ଆସନ ରଖିବା ଉଚିତ୍ ନୁହେଁ\’। ସୂଚନା ଥାଉ କି ଯେ ବାବୁଲ ଟିଏମସିରେ ଯୋଗ ଦେଇଥିଲେ ଓ ଆଜି ଆନୁଷ୍ଠାନିକ ଭାବେ ବିଜେପି ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବାବୁଲ ସୁପ୍ରିୟୋ ପୂର୍ବରୁ ଅଗଷ୍ଟ ମାସରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ ସେ ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହା ସ୍ପଷ୍ଟ କରିଥିଲେ ଯେ ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ଜ୍ଝ କିନ୍ତୁ ସେପ୍ଟେମ୍ବର ୧୮ରେ ସେ ଟିଏମସିରେ ଯୋଗ ଦେଇଥିଲେ।